ଚାଷୀ ଙ୍କ ସାହାରା ସାଜିଲା ଅଂଶୁମାନ ଟ୍ରଷ୍ଟ

IBN ଓଡିଶା(ବ୍ୟୁରୋ):ଯାଜପୁର-ସାରା ବିଶ୍ୱ କରୋନା କବଳ ରେ ଥିବା ବେଳେ ଏପେଟେ ସରକାର କରିଛନ୍ତି ଲକ ଡାଉନ।ଆଉ ଏହି ଲକ ଡାଉନ ସମୟରେ ଅସହାୟ ,ଗରିବ ଆଉ ଦୁଃଖୀ ରଙ୍କି ର ଦରଦୀ ବନ୍ଧୁ ସାଜିଛି ଅଂଶୁମାନ ଟ୍ରଷ୍ଟ।
ବର୍ତ୍ତମାନ ର କରୋନା ର ଭୟା ବହ କୁ ଆଖି ଆଗରେ ରଖି ସରକାର ସବୁ ଆଡେ ଠପ କରିଛନ୍ତି।ଯାହା ଫଳରେ ଖଟିଖିଆ ଦିନ ମଜୁରିଆ ଦିନେ ଖାଇ ଦୁଇ ଦିନ ଉପାସରେ ରହୁଥିବା ବେଳେ ଅଚାନକ ସେମାନଙ୍କୁ ସାହାଯ୍ୟ ର ହାତ ବଢ଼େଇଥିଲା ଯାଜପୁର ଜିଲ୍ଲାର ଧର୍ମଶାଳା ନିକଟ ଅଂଶୁମାନ ଟ୍ରଷ୍ଟ ।
ଉକ୍ତ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ନେତୃତ୍ୱରେ ଦୀର୍ଘ ୯୦ରୁ ଉର୍ଦ୍ଧ୍ବ ଦିନ ହବ ଯାଜପୁର ର ଅନେକ ନିର୍ବାଚନ ମଣ୍ଡଳୀ ରେ ଖାଦ୍ୟ ବାଣ୍ଟିବା ସହ ଅନେକ ଦୁଃଖୀ ରଙ୍କି ଙ୍କୁ ଆର୍ଥିକ ସାହାଯ୍ୟ କରି ସାରା ଓଡ଼ିଶାରେ ଏବେ ପ୍ରଶଂସା ର ପାତ୍ର ପାଲଟିଛନ୍ତି।ଖାଲି ସେତିକି ନୁହଁ ଏପଟେ ମଧ୍ୟ କରୋନା ଯୁଦ୍ଧ ର ଯୋଦ୍ଧା ଭାବେ ଅନେକ ଜାଗାରେ ମଧ୍ୟ ହିମାଂଶୁ ସଂମାନିତ ହୋଇଛନ୍ତି
ତେବେ ଆଜି ସେହିପରି ରସୁଲପୁର ବ୍ଲକ ର ଶ୍ରୀବନ୍ତପୁର ପଞ୍ଚାୟତ ର କାଣ୍ଡସରା ଗ୍ରାମ ର ଚାଷୀ ମାନଙ୍କର କେନାଲ ଜଳ ସେଚନ ର ବିଭିନ୍ନ ସମସ୍ୟା ର ସମସ୍ୟା ର ସମାଧାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ଦ୍ୱାରା ସମାଧାନ ହୋଇଥିଲା। ଏବଂ ଆଗାମୀ ଦିନରେ ଚାଷୀ ଭାଇ ମାନଙ୍କ ସୁବିଧା ଅସୁବିଧା ବିଷୟରେ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଆଲୋଚନା କରିଥିଲେ ।ଆଉରି ମଧ୍ୟ ସେଠାରେ ଚାଷୀ ଭାଇ ମାନେ ହିମାଂଶୁ ଙ୍କୁ କରୋନା ଯୋଦ୍ଧା ରୂପେ ସନ୍ନମାନିତ କରିଥିଲେ,ଏପଟେ ନିକଟରେ ଭଣ୍ଡାରିପଡ଼ା ଗ୍ରାମ ରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଥିଲେ। ତେବେ ହିମାଂଶୁ ଜଣେ ନିଆରା ମଣିଷ ଯେମିତି ଆଉ ପରୋଉପକାରୀ ମଣିଷ ସେମିତି ଯାହା ଏବେ ଓଡିଶା ର କୋଣ ଅନୁକୋଣରୁ ପ୍ରସଂଶା ର ସୁଅ ଛୁଟୁଛି