ଦେଶ

ସ୍ୱାମୀଙ୍କୁ ପଢ଼ାଇ ବହୁତ୍ ବଡ଼ ଭୁଲ କରିଛି; ଏପରି କାହିଁକି କହିଲେ ସ୍ତ୍ରୀ, ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କିଛିମାସ ହେବ ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ମାମଲା ଚର୍ଚ୍ଚାରେ ରହିଛି । ଇତିମଧ୍ୟରେ ଜ୍ୟୋତିଙ୍କ ଭଳି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ନିକଟରେ ଗାଜିପୁରରେ ଏହାର ଓଲଟ ଘଟଣା ଘଟିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସାଜିଦା ଓରଫ ରିୟା ପୁଲିସ ଥାନାରେ ପହଞ୍ଚି ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି କି, ୨୦୧୭ ନଭେମ୍ବର ୧୫ ତାରିଖରେ ମୋର ବିବାହ ହୋଇଥିଲା । ବିବାହ ପରେ ସ୍ୱାମୀ କିଛି ରୋଜଗାର କରୁ ନଥିବା ଜାଣିବା ପରେ ମୁଁ ୫ହଜାର ଦରମାରେ ଏକ ଏନଜିଓରେ କାମ କରିବା ଆରମ୍ଭ କଲି । ଏଥିସହିତ ଏକ ଘରୋଇ ସ୍କୁଲରେ ୨୫୦୦ ଦରମାରେ ପିଲାଙ୍କୁ ପାଠ ବି ପଢ଼ାଇଲି ।

ସ୍ୱାମୀ ଧୀରେନ୍ଦ୍ରଙ୍କ ପାଠପଢ଼ାରେ ଖୁବ ଆଗ୍ରହ ଥିଲା । ତେଣୁ ମୁଁ ରୋଜଗାର କରୁଥିବା ଟଙ୍କା ସବୁ ସ୍ୱାମୀଙ୍କ ପଢ଼ାରେ ଖର୍ଚ୍ଚ କରିଦିଏ, କାରଣ ତାଙ୍କର କୌଣସି ଚାକିରି ନଥିଲା । ମୁଁ ଭାବିଲି ସେ ପାଠପଢ଼ି ଭଲ ଚାକିରି କରିଦେଲେ ଆମେ ଭବିଷ୍ୟତରେ ଭଲରେ ସମୟ କାଟି ଦେବୁ । କିନ୍ତୁ ମୋ ସହ ଘଟିଲା ଓଲଟା । ୨୦୧୯ରେ ଧୀରେନ୍ଦ୍ରଙ୍କ ଜେଇ ପଦ ପାଇଁ ଚୟନ ହୋଇଯାଇଥିଲା । ଏହାପରେ ମୁଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲି । ସବୁକିଛି ଠିକଠାକ ଚାଲୁଥିବା ବେଳେ ସ୍ୱାମୀ ହଠାତ ଦ୍ୱିତୀୟ ବିବାହ କରିବାକୁ ବାହାରିଛନ୍ତି । ତାଙ୍କ ପରିବାର ୧୦ଲକ୍ଷ ଟଙ୍କା ଦାବି କରୁଛନ୍ତି । ଏହି ଟଙ୍କା ନଦେଲେ ମୋତେ ଘରୁ ବାହାର କରି ଦେବାକୁ ଧମକ ଦେଉଛନ୍ତି । ମୁଁ ଏବେ ତିନିମାସର ଅନ୍ତସତ୍ତ୍ୱା ବି ଅଛି । ଏପଟେ ସ୍ୱାମୀ ଧୀରେନ୍ଦ୍ର ସ୍ତ୍ରୀ ରିୟାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

The post ସ୍ୱାମୀଙ୍କୁ ପଢ଼ାଇ ବହୁତ୍ ବଡ଼ ଭୁଲ କରିଛି; ଏପରି କାହିଁକି କହିଲେ ସ୍ତ୍ରୀ, ପୁରା ଘଟଣା ଜାଣନ୍ତୁ…. appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button