ରାମ ମନ୍ଦିର ଉଡାଇବାକୁ ଧମକ; ଅଯୋଧ୍ୟାରେ ବଢିଲା ସୁରକ୍ଷା – Ibnodisha

[ad_1]
ଅଯୋଧ୍ୟା: ତିନି ଦିନ ପରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହାପୂର୍ବରୁ ବୋମା ବିସ୍ଫୋରଣ ଧମକ ମିଳିବା ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଅଯୋଧ୍ୟା ନଗରୀ । ଛକ ଛକରେ ଲାଗିଛି ସିସିଟିଭି, କଡା ପ୍ରହରା ଦେଉଛନ୍ତି ପୋଲିସ କର୍ମୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ରାମ ମନ୍ଦିରରେ ଉତ୍ତରପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ ମୁତୟନ କରାଯାଇଛି । ମନ୍ଦିର ଭିତର ଓ ଆଖପାଖରେ ଏହି ସ୍କ୍ୱାର୍ଡ ମୁତୟନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏସଟିଏଫ ମୁଖ୍ୟ ଓ ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ ଆସିବା ପରେ ଏହି ଘଟଣାରେ ଜାନୁଆରୀ ୪ରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଧମକ ପରେ ରାମ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଅଯୋଧ୍ୟାର ଲତା ମଙ୍ଗେସକର ଛକରେ ସୁରକ୍ଷା ବଢାଇବା ପାଇଁ ଉତ୍ତରପ୍ରଦେଶରୁ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି । ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଏବଂ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ମୈନପୁରୀ ସହରରେ ସୁରକ୍ଷା ବଢାଇ ଦିଆଯାଇଛି । ହ୍ୟୁମାନ ଇଣ୍ଟିଲିଜେନ୍ସି ଏବଂ ଏଆଇ ଟେକ୍ନୋଲୋଜି ବ୍ୟତୀତ ୧୦,୦୦୦ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ମନ୍ଦିରର ୪.୫ କିଲୋମିଟର ଦୂରରେ ଏକ ସିକ୍ୟୁରିଟି ଡୋମ ଗଠନ କରାଯାଇଛି ।
ଯାହା କୌଣସି ସନ୍ଦେହଜନକ ବସ୍ତୁକୁ ଅଟକାଇବା ପାଇଁ ସହାୟତା ହେବ । ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ଏକ ସ୍ପେଶାଲ ଇଣ୍ଟିଲିଜେନ୍ସ ସେଲ ଗଠନ କରାଯାଇଛି । ୟୁପି-ନେପାଳ ସୀମାରେ ପାଟ୍ରୋଲିଂ କଡାକଡି କରାଯାଇଛି । ସୁରକ୍ଷା ପାଇଁ ଅଯୋଧ୍ୟାରେ ଡ୍ରୋନ୍ ବ୍ୟତୀତ ୟୁପି ଏଟିଏସ୍ କମାଣ୍ଡୋ ଏବଂ ୧୦,୦୦୦ରୁ ଅଧିକ ୟୁପି ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୟୁପି ପୋଲିସର ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଡେପୁଟି ଏସପି, ୩୨୫ ଇନ୍ସପେକ୍ଟର ଏବଂ ୮୦୦ ସବ୍ ଇନ୍ସପେକ୍ଟରଙ୍କୁ ସୁରକ୍ଷା ପାଇଁ ଅଯୋଧ୍ୟାରେ ନିୟୋଜିତ କରାଯାଉଛି । ଏହା ବ୍ୟତୀତ ସହରରେ ୧୦,୦୦୦ ପୋଲିସ କର୍ମଚାରୀ ଏବଂ ପାରାମିଲିଟାରୀ ଫୋର୍ସ ନିୟୋଜିତ ହେବେ । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୌଣସି ଅଘଟଣ ନଘଟିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
[ad_2]