ଦେଶ

ମହିଳା ସଂରକ୍ଷଣ ବିଲ ବିରୋଧରେ ଭୋଟ ଦେଇଥିବା ୨ ସାଂସଦ କିଏ ? – Ibnodisha

[ad_1]

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନା ଆଇନ ବିଲ୍) ବୁଧବାର ଲୋକସଭାରେ ଆଲୋଚନା ପରେ ଗୃହୀତ ହୋଇଛି। ଏହା ସପକ୍ଷରେ ୪୫୪ ଓ ବିପକ୍ଷରେ ୨ ଭୋଟ ପଡ଼ିଥିଲା। ତେବେ ବିରୋଧରେ ଭୋଟ ଦେଇଥିବା ୨ ଜଣ ସାଂସଦ କିଏ ?

ଉକ୍ତ ୨ ଜଣ ସାଂସଦ ହେଉଛନ୍ତି ଗୋଟିଏ ଦଳର । ସେମାନେ ହେଉଛନ୍ତି ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ଏବଂ ଏଆଇଏମ୍ଆଇଏମ୍ ସାଂସଦ ଇମତିଆଜ୍ ଜଲିଲ । ହାଇଦ୍ରାବାଦର ସାଂସଦ ଓୱେସି ଏହି ବିଲ୍ ରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ମୁସଲମାନ ସମ୍ପ୍ରଦାୟର ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରୁଛନ୍ତି।

ଏଆଇଏମଆଇଏମ୍ ନେତା ଓୱେସି ଗୃହରେ କହିଥିଲେ ଯେ ସରକାର କେବଳ ସଂସଦରେ ଉଚ୍ଚ ଜାତିର ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଓବିସି ଓ ମୁସଲମାନ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ଚିନ୍ତିତ ନୁହଁନ୍ତି। ଓବିସି ଓ ମୁସଲମାନ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା କାହିଁକି କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ବିଲଟି ମଙ୍ଗଳବାର ଦିନ ଲୋକସଭାରେ ଆଗତ ହୋଇଥିଲା । ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button