ଭୂକମ୍ପ ପ୍ରଭାବିତ ନେପାଳକୁ ସହାୟତାର ହାତ ବଢ଼ାଇଲା ଭାରତ – Ibnodisha

[ad_1]
ବ୍ୟୁରୋ : ଭୂକମ୍ପ ପ୍ରଭାବିତ ନେପାଳକୁ ସହାୟତାର ହାତ ବଢାଇଛି ଭାରତ । ୧୦ କୋଟି ଡଲାର ମୂଲ୍ୟର ଜରୁରୀକାଳୀନ ରିଲିଫ ସାମଗ୍ରୀ ବାୟୁସେନାର ବିମାନ ଯୋଗେ ନେପାଳକୁ ପଠାଯାଇଛି। ସି-୧୩୦ ବିମାନ ଯୋଗେ କାଠମାଣ୍ଡୁକୁ ୧୧ ଟନର ସାମଗ୍ରୀ ପଠାଇଛି ଭାରତ ।ଏହି ସାମଗ୍ରୀରେ ତମ୍ବୁ, କମ୍ବଳ, ଟାରପଲିନ୍ ସିଟ୍ ସହିତ ଅତ୍ୟାବଶ୍ୟକ ଔଷଧ ଏବଂ ଚିକିତ୍ସା ଉପକରଣ ଭଳି ରିଲିଫ୍ ସାମଗ୍ରୀ ଅନ୍ତର୍ଭୁକ୍ତ ବୋଲି ଅଧିକାରୀମାନେ କହିଛନ୍ତି। ଏହି ରିଲିଫ ସାମଗ୍ରୀକୁ ଭାରତ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ, ନେପାଳର ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ପୂର୍ଣ୍ଣା ବାହାଦୂର ଖଡ୍କାଙ୍କୁ କର୍ଣ୍ଣାଟକ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ହସ୍ତାନ୍ତର କରିଥିଲେ। ନେପାଳକୁ ଦିଆଯାଇଥିବା ରିଲିଫ୍ ସାମଗ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂକମ୍ପରେ ପୀଡିତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଥିଲା। ଏନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ବିଟ୍ କରିବା ସହ ଭାରତର ପଡ଼ୋଶୀ ପ୍ରଥମ ନୀତିର ଉଦାହରଣ ଦେଇଛନ୍ତି । ସୂଚନା ଥାଉ କି, ଗତ ଶୁକ୍ରବାର ମଧ୍ୟରାତ୍ରିରେ ନେପାଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ୧୫୭ ଜଣଙ୍କ ଜୀବନ ନେଇଥିବାବେଳେ ୨୫୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ଏହି ବିପର୍ଯ୍ୟୟରେ ଶହ ଶହ ଘର ଭାଙ୍ଗି ଯାଇଥିବା ବେଳେ ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି । ତେବେ ଆଗାମୀ ଦିନରେ ନେପାଳକୁ ଭାରତ ଅଧିକ ପରିବହନ ପଠାଇବ। ଏକ ଘନିଷ୍ଠ ବନ୍ଧୁ ତଥା ପଡ଼ୋଶୀ ଭାବରେ ନେପାଳରେ ହୋଇଥିବା ଭୂକମ୍ପରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଭାରତୀୟ ମିଶନ କହିଛି।
[ad_2]




