ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ସାଲାର ! ଅଗ୍ରୀମ ବୁକିଂରୁ ଆୟ କଲାଣି ୧କୋଟି – Ibnodisha

[ad_1]

ନୂଆଦିଲ୍ଲୀ: ଫ୍ଲପ ପରେ ଫ୍ଲପ ଫିଲ୍ମ ଦେଇ ବି କମୁନି ସାଉଥ ସୁପରଷ୍ଟାର ପ୍ରଭାସଙ୍କ କ୍ରେଜ୍। ପୂର୍ବରୁ ୫,୦୦୦ସ୍କ୍ରିନରେ ସାଲାର ରିଲିଜ୍ ହେବ ବୋଲି ଖବର ମିଳିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଆମେରିକାରେ ରିଲିଜର ୩୬ଦିନ ପୂର୍ବରୁ ସାଲାର ୧କୋଟି ଟଙ୍କା ଆୟ କରିଛି। ଅଗ୍ରୀମ ଟିକେଟ ବୁକିଂରୁ ଏହି ଆୟ ହୋଇଥିବା ଜଣାଯାଇଛି। ଗତକାଲି ଅଗ୍ରୀମ ବୁକିଂ ଆରମ୍ଭ ହେବା ପରେ କିଛି ଘଣ୍ଟା ମଧ୍ୟରେ ୧କୋଟି ଟଙ୍କାର ଟିକେଟ ବୁକ୍ ହୋଇସାରିଥିବା ଜଣାଯାଇଛି। ଆଗକୁ ଏହା ବଢ଼ିବ ବୋଲି ଆଶା ରଖିଛନ୍ତି ନିର୍ମାତା।
ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ ଫିଲ୍ମ ‘ସଲାର: ପାର୍ଟ ୧ ସିଜଫାୟାର’ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ଟିଜର ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଛି। ଏଭଳି ପରିସ୍ଥିତିରେ ଏବେ ଫିଲ୍ମର ରିଲିଜ୍ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।
ପୂର୍ବରୁ ଖବର ମିଳିଥିଲା ଯେ, ଲଗାତାର ଫିଲ୍ମ ଫ୍ଲପ ହେଉଥିଲେ ବି ପ୍ରଭାସଙ୍କ ଫିଲ୍ମକୁ କିଣିବା ପାଇଁ ଡିଷ୍ଟ୍ରିବ୍ୟୁଟରଙ୍କ ଲାଇନ୍ ଲାଗୁଛି। ଭାରତ ସମେତ ଭାରତ ବାହାରେ ବି ପ୍ରଭାସଙ୍କ କ୍ରେଜ୍ ରହିଛି। ଉତ୍ତର ଆମେରିକାର ୧୯୭୯ରୁ ଅଧିକ ସ୍କ୍ରିନରେ ସାଲାର ରିଲିଜ୍ ହେବାକୁ ଥିବା ବେଳେ ବିଶ୍ବରେ ୫,୦୦୦ରୁ ଅଧିକ ସ୍କ୍ରିନରେ ଫିଲ୍ମଟି ରିଲିଜ୍ ହେବ।
[ad_2]