ଟିଏମ୍ସି ପ୍ରାର୍ଥୀ ତାଲିକାରେ ଆସନସୋଲରୁ ଶତ୍ରୁଘ୍ନ ଓ କୃଷ୍ଣନଗରୁ ମହୁଆଙ୍କ ନାମ – Ibnodisha

[ad_1]
କୋଲକାତା : ଲୋକସଭା ନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତ୍ରୁଣମୂଳ କଂଗ୍ରେସ। ଟିଏମ୍ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥର ପୁଣି ଥରେ ଦଳ ବଲିଉଡର ବର୍ଷିଆନ୍ ଅଭିନେତା ତଥା ଶଟ୍ଗନ ଶତ୍ରୁଘ୍ନ ସିହ୍ନାଙ୍କୁ ଆସନସୋଲରୁ ଟିକେଟ୍ ଦେଇଛି। ସେ ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢ଼ିବେ। ସେହିରପି ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଛନ୍ଦି ହୋଇଥିବା ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମଧ୍ୟ ଦଳ ଟିକେଟ୍ ଦେଇଛି। କୃଷ୍ଣନଗର ଆସନରୁ ଟିଏମ୍ସି ତାଙ୍କୁ ପୁଣି ଥରେ ତାଙ୍କୁ ମୈଦାନକୁ ଓହ୍ଲାଇଛି। ସେହିପରି ଡାଇମଣ୍ଡ ହାର୍ବର ରୋଡ୍ରୁ ଦଳ ଅଭିଷେକ ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି। ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏକ ମେଗା ରାଲି କରି ଦିଦି ପରେଡ୍ ଗ୍ରାଉଣ୍ଡରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ରାଲି ପୂର୍ବରୁ ମମତା ବାନାର୍ଜୀ ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଜରିଆରେ ସେ ଲୋକଙ୍କୁ ଏହି ରାଲିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ଦଳ ଠିକ୍ ଏହି ଭଳି ରାଲିର ଆୟୋଜନ କରିଥିଲା। ତେବେ ସେହି ସମୟରେ ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ, ଟିଡିପିର ଚନ୍ଦ୍ରବାବୁ ନାଇଡୁ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କ ସମେତ ପ୍ରାୟ ୨୦ ଜଣ ବିରୋଧୀଦଳ ନେତା ଏହି ରାଲିରେ ଯୋଗ ଦେଇଥିଲେ।
[ad_2]




