ଦେଶ

ଜାତିସଂଘ ମହାସଭାରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା: କିଛି ରାଷ୍ଟ୍ରଙ୍କ ଏଜେଣ୍ଡାରେ ବିଶ୍ବ ଚାଲିବ ନାହିଁ – Ibnodisha

[ad_1]

ଏବେ ଆମେ ବିଶ୍ବମିତ୍ର, ଆମ ଫୋକସ୍‌ ଗ୍ଲୋବାଲ ସାଉଥ୍‌

ନ୍ୟୁୟର୍କ: ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେଇ ଏଜେଣ୍ଡାଧାରୀ ରାଷ୍ଟ୍ରମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ବିଶ୍ବ ଚାଲିବ ନାହିଁ। କିଛି ରାଷ୍ଟ୍ର, ଯେଉଁମାନେ କେବଳ ନିଜ ଏଜେଣ୍ଡାରେ ବିଶ୍ବକୁ ଚଳାଇବାକୁ ଚାହୁଛନ୍ତି ସେମାନଙ୍କ ଦିନ ଶେଷ ହୋଇଯାଇଛି। ଭାରତରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଏହା ସୁନିଶ୍ଚିତ ହୋଇଯାଇଛି ଯେ କେବଳ କୂଟନୀତି ଏବଂ ଆଲୋଚନା ହିଁ ଯେ କୌଣସି ସମସ୍ୟାର ପ୍ରକୃଷ୍ଟ ସମାଧାନ ବାହାର କରିପାରିବ। ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ଅନେକ ବିବିଧତା ଦେଇ ଗତି କରୁଛି ଏବଂ ଆମକୁ ଏହାର ସମ୍ମାନ କରିବାକୁ ପଡ଼ିବ। ପୂର୍ବରୁ କିଛି ରାଷ୍ଟ୍ର କେବଳ ସେମାନଙ୍କୁ ସୁହାଇବା ଭଳି ଏଜେଣ୍ଡା ପ୍ରସ୍ତୁତ କରୁଥିଲେ ଏବଂ ଅନ୍ୟ ସମସ୍ତ ରାଷ୍ଟ୍ର ଯେଭଳି ସେହି ଏଜେଣ୍ଡାରେ ହିଁ ଚାଲିବେ ସେହି ଲକ୍ଷ୍ୟରେ କାମ କରୁଥିଲେ। କାନାଡ଼ାର ନାମ ନନେଇ ଜୟଶଙ୍କର କହିଛନ୍ତି, କେବଳ ରାଜନୈତିକ ସୁବିଧା ହିସାବରେ ଆତଙ୍କବାଦ ଓ ଉଗ୍ରବାଦକୁ ନେଇ ପ୍ରତିକ୍ରିୟା ସ୍ଥିର ହୋଇପାରିବ ନାହିଁ।

ଜୟଶଙ୍କର କହିଛନ୍ତି ଯେ ବିଶ୍ବ ଏବେ ନାନା ସମସ୍ୟା, ଉତ୍ତେଜନା ଓ ବିବାଦର ଅସାଧାରଣ ପର୍ଯ୍ୟାୟ ଦେଇ ଗତି କରୁଛି । ବିବାଦର ସମଧାନ ସହ ବିକାଶ ଓ ଶାନ୍ତିର ମାର୍ଗରେ ଚାଲିବା ପାଇଁ ଭାରତ ସର୍ବଦା ଗୁରୁତ୍ବାରୋପ କରିଆସିଛି। ଭାରତର ‘ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ’ ଦୃଷ୍ଟିକୋଣ ସମଗ୍ର ବିଶ୍ବକୁ ଶାନ୍ତି, ପ୍ରଗତି ଓ ଏକତାର ସୂତ୍ରରେ ବାନ୍ଧିବା ପାଇଁ ଉଦ୍ଦିଷ୍ଟ। ଯେତେବେଳେ ଆମେ ଅଗ୍ରଣୀ ଶକ୍ତି ହେବାକୁ ଆକାଂକ୍ଷା ରଖୁଛୁ ସେତେବେଳେ ଆମେ ଆତ୍ମପ୍ରଶଂସା ପାଇଁ ନୁହେଁ, ଏକ ବଡ଼ ଦାୟିତ୍ବ ଏବଂ ବିଶ୍ବ କଲ୍ୟାଣରେ ଅଧିକ ଯୋଗଦାନ କରିବା ଲକ୍ଷରେ କାମ କରୁଛୁ।

ଏବେ ଆମେ ବିଶ୍ବମିତ୍ର
ଆମ ଫୋକସ୍‌ ଗ୍ଲୋବାଲ ସାଉଥ୍‌
ଭାରତର ଭବିଷ୍ୟତର ଝଲକ ଦେଖୁଛି ବିଶ୍ବ

ଜାତିସଂଘ ମହାସଭାରେ ଭାରତର ନୀତି ସ୍ପଷ୍ଟ କରି ବିଦେଶ ମନ୍ତ୍ରୀ କହିଛନ୍ତି, ଏବେ ଆମେ ଗୋଷ୍ଠୀ ନିରପେକ୍ଷ ଯୁଗରୁ ବାହାରି ବିଶ୍ବମିତ୍ର (ବିଶ୍ବ ପାଇଁ ଏକ ମିତ୍ର) ଭାବେ ନିଜ ଶ୍ରେଷ୍ଠତାର ପ୍ରତିପାଦନ କରି ଆଗକୁ ବଢ଼ୁଛୁ ଏବଂ ବିକଶିତ ହେଉଛି । ଏବେ ଜି-୨୦ରେ ଆଫ୍ରିକୀୟ ସଂଘ ସାମିଲ ହୋଇସାରିଛି ଏବଂ ଏକ ନୂଆ ଭବିଷ୍ୟତ ଆଡ଼କୁ ଆମେ ବଢ଼ୁଛି। ଏହି ପରିପ୍ରେକ୍ଷୀରେ ଜାତିସଂଘର ସୁରକ୍ଷା ପରିଷଦକୁ ମଧ୍ୟ ସମୟର ଆହ୍ବାନକୁ ସମ୍ମାନ ଦେଇ କାମ କରିବାକୁ ପ୍ରେରଣା ମିଳିବ ବୋଲି ଜୟଶଙ୍କର କହିଛନ୍ତି। ଏବେ ଭାରତ ବୈଶ୍ବିକ ଦକ୍ଷିଣ (ଗ୍ଲୋବାଲ ସାଉଥ) ଉପରେ ଫୋକସ କରି କାମ କରୁଛି ଏବଂ ଏହି ପର୍ଯ୍ୟାୟରେ ଭାରତର ଅଧ୍ୟକ୍ଷତାରେ ଆଫ୍ରିକୀୟ ସଂଘ ଜି-୨୦ରେ ସାମିଲ ହୋଇଛି । ଏକ ବହୁପାକ୍ଷିକ ବିଶ୍ବର ଜଟିଳ ଆର୍ଥିକ ସମସ୍ୟା ଏବଂ ବିବିଧ ସଙ୍କଟର ମୁକାବିଲ ପାଇଁ ଭାରତର ଦୃଷ୍ଟିକୋଣ ଓ ପଦକ୍ଷେପ ସର୍ବଦା ସମସ୍ତଙ୍କ କଲ୍ୟାଣ ଉପରେ ଆଧାରିତ। ତୁର୍କୀ ଓ ସିରିୟାରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ସର୍ବ ପ୍ରଥମେ ସହଯୋଗର ହାତ ବଢ଼ାଇଥିଲା, ଯେତେବେଳେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଭୀଷଣ ରୂପ ନେଇଥିଲା ସେତେବେଳ ଭାରତ ନିର୍ଣ୍ଣାୟକ ସହାୟତା ଯୋଗାଇ ଦେଇଥିଲା। ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଓ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଭାରତର ସହାୟତାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଭାରତ ଏବେ ଚନ୍ଦ୍ରରେ ପହଞ୍ଚିଛି ଏବଂ ବିଶ୍ବ ଭାରତର ଭବିଷ୍ୟତର ଝଲକ ଦେଖୁଛି ବୋଲି ଜୟଶଙ୍କର କହିଛନ୍ତି। ଆଜି ଜାତିସଂଘ ମହାସଭାର ୭୮ତମ ଅଧିବେଶନରେ ଉଦ୍‌ବୋଧନ ପୂର୍ବରୁ ବିଦେଶମନ୍ତ୍ରୀ ଜୟଶଙ୍କର ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟରେସ ଏବଂ ମହାସଭା ଅଧ୍ୟକ୍ଷ ଡେନିସ ଫ୍ରାନ୍ସିସଙ୍କ ସହ ଆଲୋଚନା କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button