ଦେଶ

ସୁପର ଫଗ ଯୋଗୁ ଘଟିଲା ଦୁର୍ଘଟଣା – Ibnodisha

[ad_1]

ଆମେରିକା : ସୁପରଫଗ ଯୋଗୁ ଘଟିଲା ଦୁର୍ଘଟଣା । ଆମେରିକାର ଲୁଇସିଆନାର ଜାତୀୟ ରାଜପଥରେ ହଠାତ କୁହୁଡ଼ି ମାଡ଼ିଆସିବା ଯୋଗୁଁ କାହାକୁ କିଛି ଦିଶିନଥିଲା । କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ, ଗାଡ଼ିଗୁଡ଼ିକ ନିୟନ୍ତ୍ରଣ ହରାଇ ପଛକୁ ପଛ ପିଟି ହୋଇଥିଲେ । ଏକାଥରକେ ପ୍ରାୟ ୧୫୮ ଟି ଗାଡି ଧକ୍କା ହୋଇଥିଲା ଯାହାଫଳରେ ହଠାତ ନିଆଁ ଜଳି ଉଠିଥିଲା । ଗାଡ଼ିଗୁଡ଼ିକ ଜଳିଯାଇଥିବା ବେଳେ ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ଘନ କୁହୁଡି ଯୋଗୁ ଏପରି ଦୁର୍ଘଟଣା ହୋଇଥିବାରୁ ଏହାର ନାମ ସୁପରଫଗ ରଖାଯାଇଛି । ସୂଚନା ଅନୁଯାୟୀ ଲୁଇସିଆନାର ଜାତୀୟ ରାଜପଥରେ ଦୀର୍ଘ ୪୮ କିଲୋମିଟର ପର୍ଯ୍ୟନ୍ତ ସୁପରଫର୍ ଦେଖାଦେଇଥିଲା । ହଠାତ କୁହୁଡ଼ି ମାଡ଼ିଆସିବା ଯୋଗୁଁ କାହାକୁ କିଛି ଦିଶିନଥିଲା । ଯାହା ଫଳରେ ଗାଡି ପଛରେ ଗାଡ଼ି ଧକ୍କା ହୋଇଚାଲିଥିଲା। ଏଭଳି ଗାଡି ଧକ୍କା ହେବାରୁ ଅଧିକାଂଶ ଗାଡିରେ ନିଆଁ ଲାଗି ଜଳିଯାଇଥିଲା । ତେବେ ବେଆଇନ୍ ଜଙ୍ଗଲ ପୋଡି ଯୋଗୁଁ ନିର୍ଗତ ଧୂଆଁ ଓ ଘନ କୁହୁଡି ଯୋଗୁଁ  ସୁପରଫର୍ ଦେଖାଦେଇଥିଲା ବୋଲି ସୂଚନା ମିଳିଛି । ଜାତୀୟ ରାଜପଥରେ ଥିବା ବ୍ରିଜ୍ ଉପରେ ଏଭଳି ଛାଡିଥରା ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି କେହି କାର ଭିତରୁ ବାହାରକୁ ବି ବାହାରି ପାରିନଥିଲେ । ସୁରକ୍ଷା ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଗାଡ଼ି ଡ୍ରାଇଭରଙ୍କ ମତରେ, ସେ ଏଭଳି ସୁପରଫଗ ଦେଖି ଗାଡ଼ିର ବ୍ରେକ ଲଗାଇଥିଲେ । ପରେ ପରେ ଏଭଳି ଅଘଟଣ ଘଟିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button