ମନୋରଞ୍ଜନ

‘ବ୍ୟାନକଲେ ବି ଅଭିନୟ କରିବି’ : ଅଭିନେତା ମନୋଜ ମିଶ୍ର – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶା ଫିଲ୍ମର ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର ବାସନ୍ଦ। ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କଲା ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରି କୌଣସି ବ୍ୟକ୍ତି ଫିଲ୍ମ ନିର୍ମାଣ କରନ୍ତି, ତାହାହେଲେ ସେହି ଫିଲ୍ମକୁ ଓଡ଼ିଶାରେ କୌଣସି ଫିଲ୍ମ ହଲ୍‌ରେ ରିଲିଜ୍‌ କରାଇ ଦିଆଯିବ ନାହିଁ। ପ୍ରତିବାଦ କରାଯିବ। ଏନେଇ ପ୍ରଯୋଜକ ସଂଘ ପକ୍ଷରୁ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଛି ବୋଲି ୟୁସିସିସି ସଭାପତି ସଞ୍ଜୟ ନାୟକ। ଦୁର୍ଗା ପୂଜାରେ ରିଲିଜ୍‌ ହୋଇଛି ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତି ଅଭିନିତ ଫିଲ୍ମ ‘ରାମ’। ସେହି ବାବୁଶାନ୍‌ ମହାନ୍ତି ଓ ଅମ୍ଲାନ ଦାସଙ୍କ ଅଭିନିତ ଫିଲ୍ମ ‘ମାଲ୍ୟଗିରୀ’ ଏବଂ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନିତ ‘କଟକ… ଶେଷରୁ ଆରମ୍ଭ’ ଫିଲ୍ମ ରିଲିଜ୍‌ ହୋଇଛି। ଦୀର୍ଘ ଦିନ ବ୍ୟବଧାନରେ ଓଡ଼ିଶାର ସବୁ ଷ୍ଟାରଙ୍କ ଫିଲ୍ମ ଏକାଥରକେ ରିଲିଜ୍‌ ହେଉଥିବାରୁ ଦର୍ଶକଙ୍କ ଭିତରେ ଦେଖିବାକୁ ମିଳିଥିଲା ସ୍ୱତନ୍ତ୍ର କ୍ରେଜ୍। ହେଲେ ସମ୍ୱଲପୁରରେ ଅରିନ୍ଦମଙ୍କ ଫିଲ୍ମ ‘ରାମ୍‌’କୁ ହଲ୍‌ରେ ରିଲିଜ୍‌ କରିବାକୁ ଦିଆଗଲା ନାହିଁ। ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ୍‌ କରାଇଦେଲେ ନାହିଁ। ଏନେଇ ଫିଲ୍ମର ପ୍ରଯୋଜକ ଅରିନ୍ଦମ ୟୁସିସିସିର ଦ୍ୱାରସ୍ଥ ହୋଇଥିଲେ। ବହୁ ଆଲୋଚନା ପରେ ମନୋଜ ମିଶ୍ରଙ୍କୁ ବ୍ୟାନ୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ୟୁସିସିସି ସଭାପତି ସଞ୍ଜୟ ନାୟକ କହିଛନ୍ତି, ଚଳିତବର୍ଷ ପୂଜା ହେଉଛି ନିଆରା। ସବୁଷ୍ଟାର ଏକାଥରକେ ଆସୁଥିଲେ। ୪ ବର୍ଷ ପରେ ଅରିନ୍ଦମ ରାୟ ଫିଲ୍ମ କରିଥିଲେ। ସେଥିରେ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲେ। ଏହାଛଡ଼ା ସିଦ୍ଧାନ୍ତ ମହାପାତ୍ର ଓ ବାବୁଶାନ ମହାନ୍ତିଙ୍କ ଫିଲ୍ମ ମଧ୍ୟ ଆସିଥିଲା। କିନ୍ତୁ ଦୁଃଖର ବିଷୟ କିଛି ବ୍ୟକ୍ତିଗତ କାରଣ ପାଇଁ ସମ୍ୱଲପୁରରେ ଅରିନ୍ଦମ ରାୟଙ୍କ ଫିଲ୍ମ ‘ରାମ’କୁ ରିଲିଜ୍‌ କରାଇଦେଲେ ନାହିଁ। ପୂଜାରେ କିଛି ପଇସା ପାଇବା ପାଇଁ ଜଣେ ପ୍ରଯୋଜକ ବହୁ ଭାବିଚିନ୍ତି ଫିଲ୍ମଟିଏ ତିଆରି କରିଥାଏ। ହେଲେ କେତେକ ଲୋକଙ୍କ ପାଇଁ ସମ୍ୱଲପୁରର ଦର୍ଶକ ଫିଲ୍ମ ଦେଖିବାକୁ ପାଇଲେ ନାହିଁ। ଏଥିରେ ଦର୍ଶକଙ୍କର ଭୁଲ୍‌ କେଉଁଠି ରହିଥିଲା? ଏନେଇ ଅଭିଯୋଗ ପରେ ଆଜି ସବୁ ପ୍ରଯୋଜକ ଏକାଠି ହୋଇଥିଲୁ। ଆଜି ବୈଠକ ବସିଲା। ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ତା’ପରେ ଜାଣିବାକୁ ପାଇଲୁ, ଏହାର ପଛରେ ମୁଖ୍ୟ ଖଳନାୟକ ହେଉଛନ୍ତି ମନୋଜ ମିଶ୍ର। ଏହା ପରେ ଆମେ ନିଷ୍ପତ୍ତି ନେଲୁ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ କୌଣସି ଫିଲ୍ମରେ ନେବୁନାହିଁ। ତାଙ୍କର ଭାଇ ବନ୍ଧୁ ଯଦି ତାଙ୍କୁ ନେଇ ଫିଲ୍ମ ତିଆରି କରନ୍ତି, ତାହାହେଲେ ସମଗ୍ର ଓଡ଼ିଶାରେ ତାଙ୍କ ଫିଲ୍ମ ରିଲିଜ୍‌ କରାଇ ଦେବୁନାହିଁ ବୋଲି ସଞ୍ଜୟ ନାୟକ କହିଛନ୍ତି। ତେବେ ଏହି ବାସନ୍ଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମନୋଜ ମିଶ୍ର । କହିଲେ, ବ୍ୟାନକଲେ ବି ଅଭିନୟ କରିବି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button