ମନୋରଞ୍ଜନ

ଘରେ ନିଅନ୍ତୁ ଚଟପଟା ବାରମଜାର ସ୍ୱାଦ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ସନ୍ଧ୍ୟାବେଳେ ଚା ସହିତ ସବୁବେଳେ ସ୍ନାକସରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ ଚଟପଟି ବା ବାରମଜା ବନାଇବା ପ୍ରସ୍ତୁତି ନେଇ ଆସିଛୁ। ଏହାକୁ ଯଦି ଥରେ ଖାଇବେ ଆପଣଙ୍କ ପାଟିରୁ ଏହାର ସ୍ୱାଦ ଛାଡିବନି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ଚଣା – 1 ପାତ୍ର
ସିଝା ଆଳୁ – ୧-୨
ଟମାଟୋ – ୧
ପିଆଜ-୧
ଧନିଆପତ୍ର-ଅଳ୍ପ
ତେନ୍ତୁଳି ଚଟଣୀ-ଅଧା ଚାମଚ
ଚାଟ ମସଲା, ଗୋଲମରିଚ, ଲୁଣ- ଆବଶ୍ୟକ ଅନୁଯାଇ

ପ୍ରସ୍ତୁତି ପ୍ରଣାଳୀ

ଚଣାକୁ ସିଝାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଚଣା, ଆଳୁ, ତେନ୍ତୁଳି ଚଟଣୀ ଏବଂ ଲୁଣ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏହା ଉପରେ ସେଉ ପକାଇଦିଅନ୍ତୁ। ଏବେ ଆପଣଙ୍କ ଚଟପଟି ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button