ମନୋରଞ୍ଜନ

ସୁସ୍ଥତା ଉପରେ ମନ୍ତ୍ର ଦେଉଛନ୍ତି କ୍ୟାଟ୍ରିନା, କହିଲେ-ନିଜ ପାଇଁ ସମୟ ବାହାର କରନ୍ତୁ

ଲିଉଡ୍ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ । ସେ ତାଙ୍କ ସୁନ୍ଦରତା ଓ ଦୟାଳୁ ମନୋଭାବ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି । କେବଳ ରୁପେଲି ପରଦାରେ ନୁହେଁ, ତାଙ୍କୁ ସ୍ୱାମୀ ଭିକି କୌଶଲଙ୍କ ସହିତ ମଧ୍ୟ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ । ପରିବାର ଓ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ସମୟ ଅତିବାହିତ କରିବାର ଫଟୋ ସେୟାର କରନ୍ତି ।

କାମର ଚାପ ଥିଲେ ବି ଆପଣାଲୋକଙ୍କ ସହିତ ସମୟ ବିତାଇବା ଯେ ନିହାତି ଦରକାର ସେକଥା ଭଲ ଭାବେ ବୁଝନ୍ତି କ୍ୟାଟ୍ରିନା ।

ଏକ ସାକ୍ଷାତକାରରେ କ୍ୟାଟ୍ରିନା ଜଣାଇଛନ୍ତି, ଧୀରେଧୀରେ ସେ ଶିଖିଯାଇଛନ୍ତି କିଭଳି ଭାବେ କାମ ଭିତରୁ ସମୟ ବାହାର କରିବାକୁ ପଡିବ । ତାଙ୍କ କହିବାନୁସାରେ ପଛକୁ ପଛ କାମ ଲାଗି ରହିଥିଲେ, ବି ନିଜ ପାଇଁ ସମୟ ବାହାର କରିବା ନିହାତି ଆବଶ୍ୟକ । ସେହି ସମୟ ପରିବାର ସହିତ କାଟିହେବ । ନହେଲେ ସାଙ୍ଗସାଥୀଙ୍କ ସହ ମଉଜମସ୍ତି କରିହେବ। କିଛି ନହେଲେ ନିଜ ପସନ୍ଦର ଯେକୌଣସି କାମ କରିହେବ । ତେଣୁ ସବୁବେଳେ କାମର ଚାପ ନେବା ଯେ ବାଧ୍ୟତାମୂଳକ, ସେମିତି ନୁହେଁ ।

ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରଖିବା ଉଦ୍ଦେଶ୍ୟରେ ସେ ଅବସର ସମୟ ବିତାନ୍ତି । କ୍ୟାଟ୍ରିନାଙ୍କ କହିବାନୁସାରେ ସେ ଯେଉଁ ସମୟରେ ସ୍ୱାମୀ କିମ୍ବା ପରିବାର ଲୋକ, ସାଙ୍ଗସାଥୀଙ୍କ ସହିତ ଅବସର ସମୟ ଅତିବାହିତ କରନ୍ତି ସେହି ସମୟରେ ସେ ନିଜକୁ ପରିପୂର୍ଣ୍ଣ ମନେ କରନ୍ତି । ଯେଉଁ ପୂର୍ଣ୍ଣତା ତାଙ୍କୁ କାମର ଚାପରୁ ମିଳିନଥାଏ, ତାହା ସେ ଆପଣା ଲୋକଙ୍କ ସାହଚର୍ଯ୍ୟରୁ ପାଇଥାଆନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button