ରାଜ୍ୟ

ପାଣିରେ ଭାସୁଛି ଅଜଣା ମୃତଦେହ, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା ୦୬।୧୦ : ପାଣିରେ ଭାସୁଛି ଅଜଣା ମୃତଦେହ । ଖୋର୍ଦ୍ଧା ସଦର ଥାନା କାଇପଦର ଟାଙ୍ଗେଣି ମୁଣ୍ଡିଆ ପାଣିରେ ଭାସୁଥିବା ଗଳିତ ଶବ ଜବତ ହୋଇଛି । ଏବେ ଯାଏଁ ମୃତଦେହର ପରିଚୟ ଅସ୍ପଷ୍ଟ ରହିଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଖୋର୍ଦ୍ଧା ସଦର ଥାନା କାଇପଦର ଟାଙ୍ଗେଣି ମୁଣ୍ଡିଆ ପାଣିରେ ଜଣେ ପୁରୁଷଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି ।

ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ମୃତଦେହକୁ ଜବତ କରିଛି ।

ସେପଟେ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଯାଇଛି । ସେହିପରି ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସର ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ଆଶା କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button