ରାଜ୍ୟ

ଗଂଜାମରେ ‘କଣ ସମୀକ୍ଷା କରିବେ ୫-ଟି ସଚିବ ? ’ – Ibnodisha

[ad_1]

ବ୍ରହ୍ମପୁର: ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଆସୁଥିବା ଶୁଣାଯାଉଛି। ତେବେ ସଚିବଙ୍କ ଗସ୍ତ ରାଜନୈତିକ ଉଦ୍ଦେଶ୍ୟମୂଳକ ନହେଉ ବୋଲି ପିସିସି ମୁଖପାତ୍ର ପୀତବାସ ପଣ୍ଡା ଏକ ପ୍ରେସ୍‌ ବିବୃତିରେ ଉଲ୍ଲେଖ କରିଛନ୍ତି। ଏଥିସହ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ପ୍ରମୁଖ ପ୍ରସଙ୍ଗ ଉତ୍‌ଥାପନ କରି ସଚିବ ସେସବୁର ସମୀକ୍ଷା କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ସେସବୁ ହେଲା ରୁଗ୍‌ଣ ହୋଇଥିବା ଆସିକା ଚିନି କାରଖାନାର ପୁନରୁଦ୍ଧାର ଓ ଆଖୁ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ କେ‌ବେ ମିଳିବ? ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଯୁବକ କାହିଁକି ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି? ହଜାର ହଜାର ବୁଣାକାର, କିଆଫୁଲ ଚାଷୀ କାହିଁକି ନିଜର ବୃତ୍ତି ହରାଇ ବସିଛନ୍ତି? ସମଗ୍ର ଗଞ୍ଜାମ ଜିଲ୍ଲାରେ କୌଣସି ହସ୍ପିଟାଲରେ ୬୦%ରୁ ଅଧିକ ଡାକ୍ତର ନାହାନ୍ତି। ସ୍କୁଲ କଲେଜର ଅବସ୍ଥା ମଧ୍ୟ ସମାନ। ଏପରିକି ଗଞ୍ଜାମର ଗର୍ବ ଖଲ୍ଲିକୋଟ କଲେଜରେ ୯୦ ଜଣ ଶିକ୍ଷକଙ୍କ ବଦଳରେ ଅଛନ୍ତି କେବଳ୨୬ ଜଣ। ଟାଟା କମ୍ପାନି ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମିରେ ଆଜି ପର୍ଯ୍ୟନ୍ତ ଶିଳ୍ପ ହୋଇପାରିଲା ନାହିଁ, ସେହି ଜମି ଚାଷୀଙ୍କୁ ଫେରାଇବେ କି? ଜିଲ୍ଲାର ମତ୍ସ୍ୟଜୀବୀ ଓ ପରିବା ଚାଷୀଙ୍କ ପାଇଁ କାହିଁକି ଶୀତଳଭଣ୍ଡାରଟିଏ ହୋଇପାରିଲା ନାହିଁ ? ମଦ ଓ ବାଲିର ଚୋରା କାରବାରକୁ କାହିଁକି ରାଜ୍ୟ ସରକାର ଆଖି ବନ୍ଦ କରିଦେଇଛନ୍ତି ? ଗଛ ଲଗାଇବା , ପୋଖରୀ ଖୋଲାଇବା ଓ କେନାଲ ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତିର ତଦନ୍ତ ହେବକି ? ଏଥିସହ ଶିଳ୍ପ ବିହୀନ ଗଂଜାମ ଜିଲ୍ଲାର ଯୁବକଙ୍କ ପାଇଁ ନବୀନ ସରକାରଙ୍କ କ’ଣ ସବୁ ଯୋଜନା ରହିଛି ସେ ସମ୍ପର୍କରେ ୫-ଟି ସଚିବ ଘୋଷଣା କରିବେକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button