ମନୋରଞ୍ଜନ

ଦିଆଯିବ ୩ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ବିଜ୍ଞପ୍ତି ପ୍ରକାଶ କଲା ସଂସ୍କୃତି ବିଭାଗ – Ibnodisha

[ad_1]

ଭୁବନେଶ୍ବର: ଖୁବ୍‌ଶୀଘ୍ର ଦିଆଯିବ ଗତ ୩ ବର୍ଷର ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’। ଏନେଇ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ୨୦୨୦ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଏହି ଦରଖାସ୍ତ ଆହ୍ବାନ ଦିଆଯାଇଛି। ଆ‌ଗ୍ରହୀ ପ୍ରଯୋଜକମାନେ ‌ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସେମାନଙ୍କ ଦ୍ବାରା ପ୍ରଯୋଜିତ ମୌଳିକ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ଏଣ୍ଟ୍ରି ଫର୍ମ ଓ ମନୋନୟନ ପତ୍ର ପୂରଣ କରି ସଂସ୍କୃତି ବିଭାଗର ୱେବସାଇଟ୍‌ରେ ଦର୍ଶାଯାଇଥିବା କାଗଜପତ୍ର ସହ ଆବେଦନ କରିବେ। ୱେବ୍‌ସାଇଟ୍‌ରେ ଦର୍ଶାଯାଇଥିବା ଆବଶ୍ୟକୀୟ କାଗଜପତ୍ର ତଥା ଚଳଚ୍ଚିତ୍ରର ସଫ୍ଟ କପି ଥିବା ପେନ୍‌ଡ୍ରାଇଭ୍‌ ଆଦି ସହ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପୋଷ୍ଟ, ସ୍ପିଡ୍‌ ପୋଷ୍ଟ ଓ ରେଜିଷ୍ଟରେଡ୍‌ ପାର୍ସଲ ମାଧ୍ୟମରେ ଦାଖଲ କରିପାରିବେ।

ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଉପରେ ଓଡ଼ିଆ ବା ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ/ଲେଖିକାମାନେ ବିଭାଗର ୱେବ୍‌ସାଇଟ୍‌ରେ ଉପଲବ୍ଧ ଥିବା ଆବେଦନ ଫର୍ମରେ ଆବେଦନ କରିପାରିବେ। ଏଥିପାଇଁ ୧୦ ଖଣ୍ଡ ଲେଖା(ବହି/ମନୋଗ୍ରାଫ୍‌) ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସୁଦ୍ଧା ଦାଖଲ କରିବାକୁ ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ଅନ୍ୟପଟେ କରୋନା କଟକଣା ଯୋଗୁଁ ୨୦୨୦ ମସିହାରେ କମ୍‌ ସଂଖ୍ୟକ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ଆବଶ୍ୟକ ସ୍ଥଳେ ୨୦୨୦ ଓ ୨୦୨୧ ବର୍ଷ ନିମନ୍ତେ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସର୍ତ୍ତାବଳୀ ଅନୁସାରେ, ୩୨ତମ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୦’ , ୩୩ତମ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୧’ ଏବଂ ‘୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୨’ ରେ ଭାଗ ନେବାକୁ ଚାହୁଁଥିବା ଚଳଚ୍ଚିତ୍ରଗୁଡ଼ିକ ଯଥାକ୍ରମେ ୨୦୨୦, ୨୦୨୧ ଓ ୨୦୨୨ ମସିହା ଜାନୁଆରି ପହିଲାରୁ ଡିସେମ୍ବର ୩୧ ଅବଧି ମଧ୍ୟରେ ନିର୍ମିତ ହୋଇଥିବା ଆବଶ୍ୟକ। କେବଳ ଓଡ଼ିଆ ଭାଷା ଓ ଓଡ଼ିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ମୌଳିକ ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପାଇଁ ଦାଖଲ କରାଯାଇପାରିବ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ପ୍ରାଧିକୃତ ଏଜେନ୍ସି ଦ୍ବାରା ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର, ଶ୍ରେଷ୍ଠ ଶିଶୁଭିତ୍ତିକ ଚଳଚ୍ଚିତ୍ର, ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପୁରସ୍କାର ବ୍ୟତୀତ ଅନ୍ୟ କୌଣସି ଚଳଚ୍ଚିତ୍ର ପୁରସ୍କାର ପାଇଁ ବିବେଚନା କରାଯିବ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button