ଘାତକ ମିସାଇଲ ପ୍ରୟୋଗ କଲା ଇସ୍ରାଏଲ୍ – Ibnodisha
[ad_1]
ତେଲ୍ ଅଭିଭ୍: ହମାସ ସହ ଯୁଦ୍ଧରେ ଇସ୍ରାଏଲ ପ୍ରଥମ ଥର ପାଇଁ ଏକ ନୂଆ ଅସ୍ତ୍ର ବ୍ୟବହାର କରିଛି । ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଏହାକୁ ନିର୍ମାଣ କରିଛନ୍ତି। ଏହି ଅସ୍ତ୍ରର ନାମ ହେଉଛି ଆରୋ-୩ । ଏହି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରଟି ମୂଳତଃ ଏକ ହାଇପରସୋନିକ୍ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର । ଏହାକୁ ପ୍ରୟୋଗ କରି ୟେମେନରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ଧ୍ୱଂସ କରିଛି। ଆରୋ-୨ ଠାରୁ ଅଧିକ ସଠିକ ଏବଂ ଦ୍ରୁତ ଗତିରେ କାମ କରେ ଆରୋ-୩ । ଏହାର ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଠାବ କରି ମାଡ଼ କରି ଖସାଇଦେଇଥାଏ । ଏହାକୁ ବିଶେଷ ଭାବେ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଖସାଇବା ପାଇଁ ଡିଜାଇନ୍ କରାଯାଇଛି।
ଯଦି ଏହା ୯୦ ଡିଗ୍ରୀରୁ ଅଧିକ ଉତକ୍ଷେପଣ କରାଯାଏ ତେବେ ଏହା ୧୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରିବ । ଏହାର ରେଞ୍ଜ ୨୪୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଯଦି କୌଣସି ଦୂରଗାମୀ କ୍ଷେପଣାସ୍ତ୍ର ମାଧ୍ୟମରେ ରାସାୟନିକ, ଜୈବିକ ଏବଂ ପରମାଣୁ ଆକ୍ରମଣ ହୁଏ, ତେବେ ଏହା ମଧ୍ୟ ତାହାକୁ ଡାଇଭର୍ଟ କରିପାରିବ । ସେହିପରି ଯଦି କୌଣସି ଶତ୍ରୁ ଦେଶ ଇସ୍ରାଏଲ ଉପରେ ଲମ୍ବା ଦୂରତା କ୍ଷେପଣାସ୍ତ୍ର ରେ ଆକ୍ରମଣ କରେ, ତା’ହେଲେ ଏବେ ୧୦ ଥର ଚିନ୍ତା କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଓ ରକେଟଗୁଡ଼ିକୁ ଖସାଇବାକୁ ଇସ୍ରାଏଲ ଆଇରନ ଡୋମକୁ ବ୍ୟବହାର କରିଥାଏ । କିନ୍ତୁ ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇବାକୁ ଆରୋ କ୍ଷେପଣାସ୍ତ୍ର ବ୍ୟବହାର କରେ ।
[ad_2]