ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ – Ibnodisha
[ad_1]
ନୂଆଦିଲ୍ଲୀ: ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପତଞ୍ଜଳି ଆୟୁର୍ବେଦଙ୍କ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଛି । ଗତ ଫେବ୍ରୁଆରୀ ୨୭ ରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଏବଂ ମୋଟାପଣ ଭଳି ରୋଗ ଉପରେ ଉତ୍ପାଦିତ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ ।
ଏହା ପରେ ମଧ୍ୟ ପତଞ୍ଜଳି ଏପରି ବିଜ୍ଞାପନ ପ୍ରକାଶ କରିବା ଜାରି ରଖିଥିଲା । ଫଳରେ ପତଞ୍ଜଳି ଆୟୁର୍ବେଦ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ଅବମାନନା ବିଜ୍ଞପ୍ତି ଜାରି କରିଛନ୍ତି ସୁପ୍ରିମକୋର୍ଟ । ଭ୍ରମାତ୍ମକ ବିଜ୍ଞାପନର ପ୍ରସାରଣ ଅଭିଯୋଗରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ମଙ୍ଗଳବାର ଦିନ ଜଷ୍ଟିସ ହିମା କୋହଲି ଏବଂ ଅମନୁଲ୍ଲାଙ୍କ ଦ୍ୱାରା ଗଠିତ ଖଣ୍ତପୀଠ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ପୂର୍ବରୁ ମଧ୍ୟ ବାବା ରାମଦେବଙ୍କୁ ହାଜିର ହେବାକୁ କୁହାଯାଇଥିଲା । କିନ୍ତୁ ସେ ହାଜିର ହୋଇନଥିଲେ । ଏଣୁ ବ୍ୟକ୍ତିଗତ ଭାବେ ପୁଣିଥରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ । ପତଞ୍ଜଳି ପକ୍ଷରୁ କୌଣସି ଉତ୍ତର ଦିଆଯାଇନଥିବାରୁ କୋର୍ଟ ବିରକ୍ତ ପ୍ରକାଶ କରିବା ସହ ଯୋଗ ଗୁରୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅଦାଲତ ଅବମାନନା ନେଇ ମଧ୍ୟ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହା ସହ ଏହି ମାମଲାର ଶୁଣାଣି ସ୍ଥଗିତ ହେବ ନାହିଁ ବୋଲି ମଧ୍ୟ କହିଛନ୍ତି କୋର୍ଟ ।
[ad_2]