ଅପରାଧ

ହୋଟେଲରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ହୋଟେଲରେ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ । ଅଶ୍ଳୀଳ ଭିଡିଓ ଭାଇରାଲ କରାଇବା ଭୟ ଦେଖାଇ ଗଣଦୁଷ୍କର୍ମ କଲେ ସହକର୍ମୀ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଆର୍ଗା ଜିଲ୍ଲାର ତାଜନଗରୀରେ ଥିବା ଏକ ହୋଟେଲରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ରହିଥିବା ସୂଚନା ମିଳିଛି । ଗତ ଶନିବାର ବିଳମ୍ବିର ରାତିରେ ଏହି ଘଟଣା ଘଟିଥିଲା । ଯୁବତୀ ଜଣଙ୍କ ସହ ହୋଟେଲର କର୍ମଚାରୀ ଗଣଦୁଷ୍କର୍ମ କରିଥିଲେ ।

ସେ ବିରୋଧ କରିବାକୁ ତାଙ୍କୁ ମାଡ ମଧ୍ୟ ମାରିଥିଲେ ଅଭିଯୁକ୍ତ ମାନେ । ଏହାପରେ ସେ ଚିତ୍କାର କରିବାରୁ ହୋଟେଲର ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଜଗଞ୍ଜ ପୋଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡିତାଙ୍କ ବୟାନ ଶୁଣିବା ପରେ ଟାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଘଟଣା ନେଇ ଡିସିପି ସୁରଜ କୁମାର ରୟ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ଖବର ଆସିଥିଲା ଏକ ହୋଟେଲରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହାପରେ ଘଟଣାସ୍ଥଳରେ ଆମେ ପହଞ୍ଚିଥିଲୁ । ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ସେ ଘଟଣା ସମ୍ପର୍କରେ ଜଣାଇଥିଲେ । ପ୍ରଥମେ ଯୁବତୀ ଜଣଙ୍କୁ ମଦ୍ୟପନ କରିବାକୁ ବାଧ୍ୟ କରିଥିଲେ ଅଭିଯୁକ୍ତ ।

ଏହାପରେ ଗଣଦୁଷ୍କର୍ମ କରିଥିଲେ । ଦେଢ଼ବର୍ଷ ହେବ ସେ ହୋଟେଲରେ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତମାନେ ପୀଡ଼ିତାଙ୍କ ଅଜାଣତରେ ତାଙ୍କର ଏକ ଅଶ୍ଲୀଳ ଭିଡିଓ କରିଥିଲେ । ବାରମ୍ବାର ଏହାକୁ ଭାଇରାଲ କରିବାକୁ ଧମକ ଦେଉଥିଲେ । ଶନିବାର ରାତିରେ ପୁଣି ଭିଡିଓ ଭାଇରାଲ କରିବା ଭୟ ଦେଖାଇ ଗଣଦୁଷ୍କର୍ମ କରିଥିଲେ । ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ଜିତେନ୍ଦ୍ର ରାଠୋର, ରବି ରାଠୋର, ମନୀଷ କୁମାର ଏବଂ ଦେବ କିଶୋର । ଯୁବତୀ ଜଣଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲା । ଗିରଫ ଯୁବକଙ୍କୁ ପଚରାଉଚରା କରାଯାଉଛି । ଗତ ସେପ୍ଟେମ୍ବର ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ଟେକି ନେଇ ୪ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଅପରାଧିକ କାର୍ଯ୍ୟରେ ୩ ଭାଇ ଅଭିଯୁକ୍ତ ଥିବା ବେଳେ ପୋଲିସ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଯୁବତୀଙ୍କୁ ଆଖୁ କ୍ଷେତରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button