ଅପରାଧ

ଝିଅ ଆତ୍ମହତ୍ୟା ବଦଲା ନେଲେ ; ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକ, ୨ ମୃତ – Ibnodisha

[ad_1]

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ଅଭାବନୀୟ ଘଟଣା। ଶାଶୁଘରେ ଝିଅ ଆତ୍ମହତ୍ୟା କରିଥିବା ଜାଣିବା ପରେ ବାପଘର ଲୋକ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ସୂଚନା ଅନୁଯାୟୀ, ଗତକାଲି ଶାଶୁଘରୁ ଆଂଶିକା କେଶରୱାନୀ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସେ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ। ଆଂଶିକାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ତାଙ୍କ ବାପଘର ଲୋକେ ଶାଶୁଘରେ ପହଞ୍ଚି ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଆଂଶିକାଙ୍କ ଆତ୍ମହତ୍ୟା ପାଇଁ ସେମାନେ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଝଗଡ଼ା ବଢିବା ପରେ ବାପଘର ଲୋକେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଶାଶୁ ଓ ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକ ଦ୍ୱୟ ଆଂଶିକାଙ୍କ ଶାଶୁ ଓ ଶ୍ୱଶୁର ବୋଲି ଜଣାପଡିଛି। ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଡେପୁଟି କମିଶନର କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button