ଅପରାଧ

ଝିଅର ମୃତଦେହ ବିକ୍ରି କଲେ ବାପା ମା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ – Ibnodisha

[ad_1]

ଚାଇନା : ଏହି ଦୁନିଆ ବହୁତ ଅଦ୍ଭୁତ । ଆଜିକାଲି ଏଭଳି ସବୁ ଅଦ୍ଭୁତ ଜିନିଷ ଘଟୁଛି ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କୁହାଯାଏ ଏହି ଦୁନିଆରେ ବାପା ମା’ ହି ସବୁଠୁ ନିଜର । କିନ୍ତୁ ଏହି ଘଟଣା ଶୁଣିଲେ ଆପଣଙ୍କର ତାହା ଉପରୁ ମଧ୍ୟ ଭରସା ଉଠିଯିବ । କାରଣ ପଇସା ପାଇଁ ବାପା ମା ନିଜ ଝିଅର ମୃତଦେହ ବିକ୍ରି କରିଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଚାଇନାର ଶାଡୋଙ୍ଗ ପ୍ରାନ୍ତରେ ଘଟିଛି । ନିକଟରେ ଜଣେ ଦମ୍ପତି ନିଜ ୧୬ ବର୍ଷ ଝିଅର ମୃତଦେହକୁ ‘ଘୋଷ୍ଟ ବ୍ରାଇଡ’ ଅର୍ଥାତ ‘ଭୂତ କନ୍ୟା’ ଭାବରେ ବିକ୍ରି କରିଦେଇଛନ୍ତି । ଏହି ଦମ୍ପତି ଜଣଙ୍କ ମୃତଦେହ ବଦଳରେ ୭,୮୮,୨୬୯ ଟଙ୍କା ପାଇଛନ୍ତି । ଉକ୍ତ ଝିଅ ଜଣଙ୍କ ଘରର ୯ ମହଲାରୁ ଡେଇଁ ନିଜ ଜୀବନ ହାରିଥିଲେ । ଏହି ଝିଅଟି ଦମ୍ପତିଙ୍କ ନିଜ ଛୁଆ ନୁହେଁ ବରଂ ପୋଷ୍ୟ ସନ୍ତାନ ଥିଲା । ମୃତ ଝିଅଟିର ନାମ ଥିଲା ଜିୟାଓଦାନ । ପୋଷ୍ୟ ବାପା ମା’ଙ୍କ ଦ୍ୱାରା ଦୀର୍ଘ ଦିନରୁ ମାନସିକ ନିର୍ଯାତନା ଭୋଗୁଥିଲେ ଉକ୍ତ ଝିଅ । ସେଥିପାଇଁ ସେ ଖାଇବାକୁ ଯିବା ବାହାନାରେ ୯ ମହଲାରୁ ଡେଇଁ ନିଜ ଜୀବନ ହାରିଦେଇଥିଲେ । ଝିଅଟିକୁ ଜନ୍ମଦେଇଥିବା ବାପା ଏବେ ଏହି ଅଭିଯୋଗ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ଯାଆଁଳା ଛୁଆ ଥିବା କାରଣରୁ ଏହି ଝିଅଟିର ଭରଣପୋଷଣ କରିପାରିନଥିଲେ । ତେଣୁ ଏହି ଦମ୍ପତି ଜଣଙ୍କ ୨୦୦୬ରେ ଜିୟାଓଦାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ବେଳେବେଳେ ସେ ସମ୍ପର୍କୀୟ ହେବା ବାହାନାରେ ନିଜ ଝିଅ ସହ ଦେଖା କରିବାକୁ ଯାଆନ୍ତି । କେବଳ ସେତିକି ନୁହେଁ ଏହାପରେ ଏକ ମୃତବ୍ୟକ୍ତି ସହ ଏହି ଝିଅଟିର ମୃତଦେହର ବିବାହ ମଧ୍ୟ କରାଯାଇଥିଲା । ଏହି ଭୂତ କନ୍ୟାକୁ ବିକି ପ୍ରାୟ ୭ ଲକ୍ଷ ଟଙ୍କା ପାଇଥିଲେ ଦମ୍ପତି । ଚୀନରେ ‘ଘୋଷ୍ଟ ମ୍ୟାରେଜ’ ଅର୍ଥାତ ‘ଭୂତ ବିବାହ’ର ପ୍ରଥା ପ୍ରାୟ ୩୦୦୦ ବର୍ଷ ପୁରୁଣା । ଏବେ ପର୍ଯ୍ୟନ୍ତ ମଧ୍ୟ ଏଭଳି କୁସଂସ୍କାର ଚୀନର କିଛି ଗାଁରେ ଚାଲିଛି । ପ୍ରାଚୀନ ପରମ୍ପରା ଅନୁଯାୟୀ, କେହି ଯଦି ବିବାହ ନକରି ମରିଯାଏ ତେବେ ତାର ଆଗାମୀ ଜୀବନ ଭଲରେ କଟିବନି । ଚୀନରେ ନବବିବାହିତ ‘ଘୋଷ୍ଟ କପଲ’ଙ୍କ ପାଇଁ ପରିବାର ଲୋକେ ପଇସା ଦେଇ କନ୍ୟା ଆଣନ୍ତି । ଏହି ମାମଲାରେ ପୋଲିସ କହିଛି ଯେ ଘୋଷ୍ଟ ମ୍ୟାରେଜରେ କାହାକୁ ଦଣ୍ଡ ଦେବାର ଅଧିକାର ପୋଲିସର ନାହିଁ । କାରଣ ଏଥିପାଇଁ କୌଣସି କାନୁନ ତିଆରି ହୋଇନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button