ଦେଶ

ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ ଜୀବନ – Ibnodisha

[ad_1]

ଉତ୍ତରପ୍ରଦେଶ : ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ। ଉତ୍ତରପ୍ରଦେଶର ଗ୍ରେଟର ନଏଡାରେ ଏକ ଦ୍ରୁତ ଗତିରେ ଆସୁଥିବା ଗାଡି ଭ୍ୟାନ୍‌କୁ ଧକ୍କା ଦେଇଛି। ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଯମୁନା ଏକ୍ସପ୍ରେସ ଓ୍ୱେରେ ଏକ ଗାଡି ଦ୍ରୁତ ଗତିରେ ଆସି ଆଗରେ ଯାଉଥିବା ଏକ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଭ୍ୟାନ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ଛୁଆ ମଧ୍ୟ ଥିବା କୁହାଯାଉଛି।ଗ୍ରେଟର ନଏଡାର ରବୁପୁରା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଭ୍ୟାନ୍‌ରେ ମୋଟ ୮ ଜଣ ଥିଲେ। ଏମାନେ ଦିଲ୍ଲୀରୁ ଝାଡଖଣ୍ଡ ଯାଉଥିଲେ। ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଦୁର୍ଘଟଣାରେ ଭ୍ୟାନ୍‌ଟି ପୂରା ଛିନଛତ୍ର ହୋଇଯାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button