ଦେଶ

ଗାଜାରେ ବନ୍ଦ କର ଆକ୍ରମଣ, ଇସ୍ରାଏଲକୁ ଧମକ ଦେଲା ଭାରତୀୟ କମ୍ପାନୀ – Ibnodisha

[ad_1]

ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଇସ୍ରାଏଲ ଗାଜା ଉପରେ ତୁହାକୁ ତୁହା ଆକ୍ରମଣ କରୁଛି। ଏହାରି ଭିତରେ ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲକୁ ଧମକ ଦେଇଛି ଏକ ଭାରତୀୟ କମ୍ପାନୀ। ଇସ୍ରାଏଲ ପୁଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ କମ୍ପାନୀ ବଡ଼ ଘୋଷଣା କରିଛି। କେରଳର କନ୍ନୁରରେ ଅବସ୍ଥିତ ମେରିନ୍‌ ଅପେରଲ ପ୍ରାଇଭେଟ୍‌ ଲିମିଟେଡ୍ କହିଛି ଯେ ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ଯୁଦ୍ଧ ବନ୍ଦ ନହେବା ପର୍ଯ୍ୟନ୍ତ ସେ ଇସ୍ରାଏଲ୍ ପୁଲିସର କୌଣସି ନୂତନ ଅର୍ଡର ଗ୍ରହଣ କରିବ ନାହିଁ। ପାଲେଷ୍ଟାଇନର ହସ୍ପିଟାଲ ଉପରେ ବୋମା ବିସ୍ଫୋରଣ ପରେ କମ୍ପାନୀ ଇସ୍ରାଏଲକୁ ଏଭଳି କିଛି ଧମକ ଦେଇଛି। ମେରିନ୍‌ ଅପେରଲ ପ୍ରାଇଭେଟ ଲିମିଟେଡ କମ୍ପାନୀର ଅଧ୍ୟକ୍ଷ ଥମସ ଓଲିକଲ କହିଛନ୍ତି, ଯେତେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ବନ୍ଦ ନ ହୋଇଛି ସେତେ ଯାଏ ଇସ୍ରାଏଲ ପୁଲିସ ଠାରୁ କୌଣସି ନୂଆ ବରାଦ ରଖାଯିବ ନାହିଁ। କହିରଖୁ ଯେ, ଏହି କମ୍ପାନୀ ଇସ୍ରାଏଲ ପୁଲିସ ପାଇଁ ହାଳୁକା ନୀଳ ରଙ୍ଗ ଓ ଲମ୍ବା ସ୍ଲିଭ ଥିବା ୟୁନିଫର୍ମ ତିଆରି କରେ। ୨୦୧୫ ରୁ ଇସ୍ରାଏଲ୍ ପୁଲିସ ପାଇଁ ଆମେ ୟୁନିଫର୍ମ ତିଆରି କରୁଛୁ। କିନ୍ତୁ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି, ଏହା କୌଣସି ପ୍ରକାରରେ ଗ୍ରହଣୀୟ ନୁହେଁ। ହମାସ୍ ଆତଙ୍କୀମାନେ ଯାହା କରୁଛନ୍ତି ତାହା ଠିକ୍ ନୁହେଁ। ସେହିଭଳି, ପ୍ରତିଶୋଧ ନେବାକମୁ ଇସ୍ରାଏଲ ଯାହା କରୁଛି ତାହା ମଧ୍ୟ ଠିକ୍ ନୁହେଁ ବୋଲି କମ୍ପାନୀ ଅଧ୍ୟକ୍ଷ ଥମସ କହିଛନ୍ତି। ସେ ଆହୁରି କହିଛନ୍ତି, ୨୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଓ ପାଣି ନ ଦେବା, ହସ୍ପିଟାଲ ଉପରେ ବୋମା ମାଡ଼ କରିବା, ନିର୍ଦ୍ଦୋଶ ମହିଳାଙ୍କ ପିଲାଙ୍କୁ ହତ୍ୟା କରିବା ବରଦାସ୍ତ କରାଯିବ ନାହିଁ। ଆମେ ଚାହୁଁ ଏହି ଲଢ଼େଇ ଶେଷ ହେଉ ଏବଂ ଶାନ୍ତି ସ୍ଥାପିତ ହେଉ। କୁନ୍ନୁର ସ୍ଥିତ ଏହି କମ୍ପାନୀ ୨୦୦୬ରେ ଆରମ୍ଭ ହୋଇଥିଲା। ଏହା ସେନା ଠାରୁ ଆରମ୍ଭ କରି ପୁଲିସ ଓ ସାମରିକ ବାହିନୀ ପାଇଁ ୟୁନିଫର୍ମ ତିଆରି କରେ। କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ୟୁନିଫର୍ମ ତିଆରି କରେ ଏହି କମ୍ପାନୀ। ଇସ୍ରାଏଲ ସମେତ ସମଗ୍ର ବିଶ୍ୱରେ ଏହାର ଗ୍ରାହକ ଅଛନ୍ତି। ଏହି କମ୍ପାନୀ ସାରା ବିଶ୍ୱର ବଡ଼ ବଡ଼ ସ୍କୁଲ, ସୁପରମାର୍କେଟ୍, ଏବଂ ଡାକ୍ତରଙ୍କ ପାଇଁ ମଧ୍ୟ ୟୁନିଫର୍ମ ତିଆରି କରେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button