ରାଜ୍ୟ
ଅତ୍ୟଧିକ ଉତ୍ତେଜିତରୁ ଏଏସ୍ଆଇ ଲୁଗୁନଙ୍କ ମୃତ୍ୟୁ : ଏସପି – Ibnodisha
[ad_1]
ରାଉଲକେଲା : ରାଉଲକେଲା ଉଦୟନଗର ଥାନା ଏଏସ୍ଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣା । ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଲା । ପ୍ରେସମିଟର ରାଉଲକେଲା ଏସ୍ପି ମିତ୍ରଭନୁ ମହାପାତ୍ରଙ୍କ ସୂଚନା । ରିପୋର୍ଟରେ ମୃତ୍ୟୁ ମାଡରୁ ନୁହେଁ , ରୋଗ ଜନିତ ବୋଲି ସ୍ପଷ୍ଟ । ଲୁଗୁନଙ୍କ ଶରୀରରେ କୌଣସି କ୍ଷତି ଚିହ୍ନ ନଥିଲା କହିଲେ ଏସପି । ଏଏସ୍ଆଇ ଲୁଗୁନଙ୍କୁ କେହି ମାଡ ମାରି ନାହାନ୍ତି । ଲୁଗୁନ୍ ଏକ ରୋଗରେ ପିଡିତ ଥିଲେ , ଏଥିରେ ମଣିଷ ହଠାତ୍ ଉତ୍ତେଜିତ ହୁଏ । ଶରୀରରୁ ଅଧିକ ହରମୋନ କ୍ଷରଣ ହୋଇ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ହୁଏ । ରୋଗ କାରଣରୁ ଲୁଗୁନଙ୍କ ମୃତ୍ୟୁ ଘଟିଛି କହିଲେ ଏସପି । ଲୁଗୁନଙ୍କ ମୃତ୍ୟୁ ମାମଲାରେ ଆଉ ୩୦୨ ଦଫା ଲାଗିବନି ।
[ad_2]