ଆଜି ଆଜାଦ୍ ହିନ୍ଦ୍ ସ୍ଥାପନା ଦିବସ – Ibnodisha

[ad_1]
ବ୍ୟୁରୋ : ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଆଜି ଏକ ଅବିସ୍ମରଣୀୟ ଦିନ ।ଏହିଦିନ ଏସିଆ ମହାଦେଶରେ ପ୍ରତିଷ୍ଠିତ “ଭାରତୀୟ ସ୍ୱାଧିନତା ଲିଗ୍”ର ସିଙ୍ଗାପୁର ଠାରେ ଅନୁଷ୍ଠିତ ହେଉଥିବା ସମ୍ବିଳନୀରେ ଭାରତୀୟ ସ୍ୱାଧିନତା ସଂଗ୍ରାମର ଦୁର୍ଦ୍ଦଶ ବୀର ନୋତାଜୀ ସୁଭାଷ ଚନ୍ଦ୍ର ବୋଷ “ଅସ୍ଥାୟୀ ସ୍ୱାଧିନ ଭାରତ ସରକାର” ଗଠନ ପ୍ରସ୍ତାବ ଅନୁମୋଦିତ ହେବା ପରେ ଗଠିତ ହୋଇଥିଲା “ଆଜାଦ୍ ହିନ୍ଦ୍ ସରକାର” । ତେଣୁ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ଆଜାଦ୍ ହିନ୍ଦ୍ ସ୍ଥାପନ ଦିବସ ରୂପେ ପାଳନ କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ। ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ। ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ।ଏହା ସହିତ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜର ଅଭିଯାନ। ଦେଶକୁ ସ୍ୱାଧୀନ କରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ନେତାଜୀ। ଶେଷରେ ଆଜାଦ ହିନ୍ଦ୍ ଫୌଜ୍ ଗଠନ କରି ବ୍ରିଟଶମାନଙ୍କ ବିରୋଧରେ ଲଢ଼ିବାକୁ ସ୍ୱର ଉଠାଇଥଲେ। ଭାରତବର୍ଷକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଗଠିତ ହୋଇଥିଲା “ଆଜାଦ୍ ହିନ୍ଦ୍ ଫୌଜ” । ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ନେତାଜୀଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ମହିଳା ସେନା ବାହିନୀ “ରାଣୀ ଝାନ୍ସି ରେଜିମେଣ୍ଟ” । ‘ଦିଲ୍ଲୀ ଚଲୋ’ର ଅଗ୍ନିସ୍ଫୁରଣରେ ଉତ୍ସାହିତ ଆଜାଦ୍ ହିନ୍ଦ୍ ଫଉଜ ଭାରତ ସୀମା ଅତିକ୍ରମ କରି ଲାଲ୍କିଲ୍ଲା ଆଡ଼କୁ ମାଡ଼ି ଚାଲିଥିଲା ନେତାଜୀ ସୁଭାଷଙ୍କ ନେତୃତ୍ୱରେ । ଭାରତ ମାଟିରେ ମଧ୍ୟ ସାମ୍ରାଜ୍ୟବାଦୀ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ନେତାଜୀ ଗଠନ କରିଥିଲେ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍’ ଓ ‘ଆଜାଦ୍ ହିନ୍ଦ୍ ସ୍ୱେଚ୍ଛାସେବୀ ବାହିନୀ’ । ଭାରତବର୍ଷରୁ ଇଂରାଜୀ ଶାସନର ଅନ୍ତ ଘଟାଇ ଭାରତବର୍ଷରେ ସମାଜବାଦୀ ଢ଼ାଞ୍ଚାରେ ସରକାର ପ୍ରତିଷ୍ଠା କରିବା ଥିଲା ଏହି ଅନମନୀୟ ବୀର ନେତାଜୀ ସୁଭାଷଙ୍କ ଏକମାତ୍ର ଲକ୍ଷ ।
[ad_2]