ଦେଶ

ମହାଦେବ ବେଟିଂ ଆପ୍ ମାମଲାରେ ଇଡିର ସୂଚନା; ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ୫୦୮ କୋଟି – Ibnodisha

[ad_1]

ନୂଆଦିଲ୍ଲୀ: ଛତିଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ବର୍ତ୍ତମାନ ସୁଦ୍ଧା ମହାଦେବ ବେଟିଂ ଆପ୍‌ର ପ୍ରମୋଟର୍‌ଙ୍କଠାରୁ ୫୦୮ କୋଟି ଟଙ୍କା ପାଇଥିବା ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି । ଛତିଶଗଡ଼ରେ ବିପୁଳ ପରିମାଣରେ ନଗଦ ଅର୍ଥ ଚାଲାଣ ହେଉଥିବା ଗୁଇନ୍ଦା ସୂଚନା ଆଧାରରେ ଇଡି ମହାଦେବ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ନେଟ୍‌ୱର୍କ ବିରୋଧରେ ଗୁରୁବାର ରଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ।

ଏହି ଅବସରରେ ଇଡି ୟୁଏଇରୁ ପଠାଯାଇଥିବା ଅସୀମ ଦାସ ନାମକ ଜଣେ କ୍ୟାସ୍ କୋରିୟର୍‌ଙ୍କୁ ଅଟକାଇଥିଲା । ତଲାସୀ ବେଳେ ଏଜେନ୍ସି ତାଙ୍କ ଗାଡ଼ି ଓ ଘରୁ ୫.୩୯ କୋଟି ଟଙ୍କା ଜବତ କରଛି । ଏହାର ଫଟୋ ମଧ୍ୟ ଏଜେନ୍ସି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ୍‌ରେ ପୋଷ୍ଟ୍ କରିଛି । ତଦନ୍ତ ବେଳେ ଇଡି ୧୫.୫୯ କୋଟି ଟଙ୍କା ଜମାଥିବା ମହାଦେବ ଆପ୍ ସହ ଜଡ଼ିତ ଏକ ବେନାମୀ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ମଧ୍ୟ ଠାବ କରିଥିଲା । ତଦନ୍ତର ଅଂଶବିଦେଶ ଇଡି ଏହାକୁ ଫ୍ରିଜ୍ କରିଦେଇଛି ।

ଇଡି ଶୁକ୍ରବାର ଏକ ବୟାନରେ କହିଛି, ଜେରା ବେଳେ ଗିରଫ ଅସୀମ ଦାସ ସ୍ୱୀକାର କରିଛନ୍ତି ଯେ ଆଗାମୀ ନିର୍ବାଚନ ଖର୍ଚ୍ଚ ବହନ ପାଇଁ ‘ବଗେଲ୍‌’ ନାମକ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ନିକଟରେ ପହଞ୍ଚାଇବା ପାଇଁ ମହାଦେବ ଆପ୍‌ର ପ୍ରମୋଟରମାନେ ଏହି ଅର୍ଥର ବ୍ୟବସ୍ଥା କରିଥିଲେ । ସେହିପରି ଅସୀମଙ୍କ ଠାରୁ ଜବତ ଫୋନ୍‌ର ଫରେନ୍‌ସିକ୍ ଯାଞ୍ଚ୍ ଏବଂ ମହାଦେବ ଆପ୍ ନେଟ୍‌ୱର୍କର ବଡ଼ ଅଭିଯୁକ୍ତ ମଧ୍ୟରୁ ଅନ୍ୟତମ ଶୁଭମ୍ ସୋନୀ ଦ୍ୱାରା ପଠାଯାଇଥିବା ଇ-ମେଲ୍‌ର ଯାଞ୍ଚରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁସାରେ ଅତୀତରେ ନିୟମିତ ଅର୍ଥ ପ୍ରଦାନ ସହିତ ବର୍ତ୍ତମାନ ସୁଦ୍ଧା ଆପ୍ ପ୍ରମୋଟରଙ୍କ ଦ୍ୱାରା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ଙ୍କୁ ପ୍ରାୟ ୫୦୮ କୋଟି ଟଙ୍କା ଦିଆଯାଇଛି ।

ଏହା ତଦନ୍ତର ବିଷୟ ବୋଲି ଇଡି କହିଛି । ସେହିପରି ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପୁଲିସ କନ୍‌ଷ୍ଟେବଳ ଭୀମ ଯାଦବଙ୍କୁ ମଧ୍ୟ ଇଡି ଗିରଫ କରିଛି । ଗତ ତିନିବର୍ଷ ମଧ୍ୟରେ ଭୀମ ଯାଦବ ଅନଧିକୃତ ଭାବେ ବହୁବାର ଦୁବାଇ ଗସ୍ତକରି ସେଠାରେ ମହାଦେବ ବେଟିଂ ଆପ୍‌ର ମୁଖ୍ୟ ପ୍ରମୋଟର ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକରଙ୍କୁ ଭେଟିଥିବା ଜେରା ବେଳେ ସ୍ୱୀକାର କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button