ମୁଁ ଅବସର ଘୋଷଣା କରିନାହିଁ : ମେରୀ କମ – Ibnodisha

[ad_1]
ନୂଆଦିଲ୍ଲୀ: ୬ ଥରର ବିଶ୍ୱ ଚାମ୍ପିୟନ ଓ ୨୦୧୨ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ମେରୀ କମ୍ ବକ୍ସିଂରୁ ଅବସର ଗ୍ରହଣ କରିନାହାନ୍ତି । ୪୧ ବର୍ଷୀୟା ମେରୀଙ୍କ ଅବସରକୁ ନେଇ ମିଡ଼ିଆରେ ଖବର ପ୍ରକାଶ ପାଇଥିଲା । ଅନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ)ର ନିୟମ ଅନୁସାରେ ପୁରୁଷ ଓ ମହିଳା ପ୍ରତିଯୋଗୀ ୪୦ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ।
ତେଣୁ ଅନ୍ତର୍ଜାତୀୟ ସଂଘର ନିୟମ ଅନୁସାରେ ମେରୀ ବକ୍ସିଂରୁ ସନ୍ନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଇଥିଲା । ତେବେ ଏହା ମଧ୍ୟରେ ଅବସରକୁ ନେଇ ମେରୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ‘ମୁଁ ବର୍ତ୍ତମାନ ସୁଦ୍ଧା ସନ୍ନ୍ୟାସ ନେଇ କୌଣସି ଘୋଷଣା କରି ନାହିଁ । ଏବେ ବି ଏଲିଟ ସ୍ତରରେ ଖେଳିବା ପାଇଁ ମୋର କ୍ଷୁଧା ରହିଛି । ମାତ୍ର ଆଇବିଏର ନିୟମ ଏପରି କରିବାକୁ ଅନୁମତି ପ୍ରଦାନ କରିନଥାଏ । ମୁଁ ଯେତେବେଳେ ଅବସର ଗ୍ରହଣ କରିବି ସେତେବେଳେ ବ୍ୟକ୍ତିଗତ ଭାବେ ମିଡ଼ିଆ ସାମ୍ନାକୁ ଆସି ଏନେଇ ଘୋଷଣା କରିବି । ବର୍ତ୍ତମାନ ମୁଁ ମୋର ଫିଟନେସ୍ ଉପରେ ଧ୍ୟାନ ଦେଉଛି ।’
[ad_2]