ଦେଶ

ଏହି ରାଶିର ଝିଅମାନେ ନିଜ ବୟଫ୍ରେଣ୍ଡଙ୍କ ଉପରେ ରଖିଥାନ୍ତି କଡ଼ା ନଜର, ଆଉ କାହାକୁ ଅନାଇବାକୁ ବି ଦିଅନ୍ତିନି ସୁଯୋଗ

ଆଜିକାଲି ଝିଅମାନେ ଆଉ ଘରକୋଣରେ ରହିବାକୁ ପସନ୍ଦ କରୁନାହାନ୍ତି। ବର୍ତ୍ତମାନର ମହିଳା ଆତ୍ମନିର୍ଭରଶୀଳ ହେବା ସହ ବୁଦ୍ଧିମତୀ ମଧ୍ୟ ହୋଇଗଲେଣି। ସେମାନେ ଏବେ ନିଜ ପାଇଁ କ’ଣ ଠିକ୍‌ କ’ଣ ଭୁଲ ତାହା ମଧ୍ୟ ନିଷ୍ପତ୍ତି ନେଇପାରୁଛନ୍ତି। ଏସବୁ ସାବଧାନତା ଅବଲମ୍ବନ କରିବା ପରେ ମଧ୍ୟ ବର୍ତ୍ତମାନ ଝିଅମାନେ ନିଜ ବୟଫ୍ରେଣ୍ଡଙ୍କ ଉପରେ ନଜର ରଖିବା ଛାଡ଼ିନାହାନ୍ତି। ପୁରୁଷ ବନ୍ଧୁ କେତେବେଳେ କ’ଣ କରୁଛନ୍ତି ତାହାର ଟିକିନିଖି ଖବର ଝିଅମାନେ ରଖୁଛନ୍ତି। ୧୨ଟି ରାଶି ମଧ୍ୟରୁ ୬ଟି ରାଶିର ଝିଅଙ୍କ ସ୍ୱଭାବ ଏଭଳି ହୋଇଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ଝିଅମାନେ ବୟଫ୍ରେଣ୍ଡଙ୍କ ଉପରେ ଅଧିକ ନଜର ରଖିଥାନ୍ତି…

 

ମେଷ:

ମେଷ ରାଶିର ଝିଅମାନେ ପାର୍ଟନରଙ୍କ ସବୁ କଥା ଉପରେ ଧ୍ୟାନ ରଖିଥାନ୍ତି। ସେ ପ୍ରତି ମୁହୂର୍ତ୍ତରେ ବୟଫ୍ରେଣ୍ଡଙ୍କ ଉପରେ ନଜର ରଖିଥାନ୍ତି।

ବୃଷ:

ବୃଷ ରାଶିର କନ୍ୟାମାନେ ନିଜ ପାର୍ଟନରଙ୍କ ସବୁ ପ୍ରକାର କାର୍ଯ୍ୟ ଉପରେ କଡ଼ା ନଜର ରଖିଥାନ୍ତି। ସେମାନେ ବାରମ୍ବାର କଲ୍‌ ଓ ମେସେଜ୍‌ କରି ସାଥୀ କ’ଣ କରୁଛନ୍ତି ଜାଣିବାକୁ ଚେଷ୍ଟା କରିଥାନ୍ତି।

କର୍କଟ:

ଏହି ରାଶିର ଝିଅମାନେ ଲୁଚି ଲୁଚି ନିଜ ପାର୍ଟନରଙ୍କ ଉପରେ ନଜର ରଖିଥାନ୍ତି। ପାର୍ଟନରଙ୍କୁ ଏହା ପିଲାଳିଆମି ଲାଗୁଥିବାରୁ ସେ ଏତେଟା ଦୃଷ୍ଟି ଦେଇନଥାନ୍ତି। ଫଳରେ ଝିଅମାନେ ସହଜରେ ନଜର ରଖିପାରନ୍ତି।

ସିଂହ:

ସିଂହ ରାଶିର ଝିଅଙ୍କୁ ତାଙ୍କ ପାର୍ଟନର ଖୋଲା ବିଚାର ରଖୁଥିବା ଝିଅ ଭାବିଥାନ୍ତି। ସେ ଅନ୍ୟ ଝିଅଙ୍କ ସହ କଥା ହେବାକୁ ସୁଯୋଗ ଦେବେ ବୋଲି ମନେ ମନେ ଚିନ୍ତା କରିଥାନ୍ତି। କିନ୍ତୁ ଏହି ରାଶିର ଝିଅମାନେ ଆଦୌ ସେଭଳି ହୋଇନଥାନ୍ତି। ସେମାନେ ନିଜ ବୟଫେଣ୍ଡକୁ ଆଉ କାହାକୁ ଆଖି ଉଠାଇ ଦେଖିବାକୁ ମଧ୍ୟ ସୁଯୋଗ ଦେଇନଥାନ୍ତି।

କନ୍ୟା:

କନ୍ୟା ରାଶିର ଝିଅ ଖୁବ୍‌ ବୁଦ୍ଧିମତୀ ହୋଇଥାନ୍ତି। କିଛି କହିବା ବିନା ହିଁ ସେମାନେ ନିଜ ପାର୍ଟନରଙ୍କ ପୂରା ଅତୀତ ବିଷୟରେ ପତ୍ତା ଲଗାଇ ଦେଇଥାନ୍ତି।

ମୀନ:

ମୀନ ରାଶିର ଝିଅମାନେ ଭାବୁକ ସ୍ୱଭାବର ହୋଇଥାନ୍ତି। ଏଣୁ ତାଙ୍କ ପାର୍ଟନର ଭାବିଥାନ୍ତି ଯେ ସେ ତାଙ୍କ ସବୁ ଭୁଲକୁ କ୍ଷମା କରିଦେବେ। ମାତ୍ର ଏଭଳି ହୋଇନଥାଏ। ଏହି ରାଶିର ଝିଅ ନିଜ ପାର୍ଟନରଙ୍କୁ ଗୋଡ଼େ ଗୋଡ଼େ ଜଗିଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button