IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମିକଶ୍ଚର ଗ୍ରାଇଣ୍ଡରକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ସମସ୍ତଙ୍କ ଘରେ ମିକଶ୍ଚର ଗ୍ରାଇଣ୍ଡର ଥିବା ଦେଖିବାକୁ ମିଳୁଛି। କହିବାକୁ ଗଲେ ଏହା ଲୋକଙ୍କର ଏକ ଆବଶ୍ୟକତା ପାଲଟିଯାଇଛି। ରୋଷେଇ ଘରେ କିଛି ଥାଉ କି ନଥାଉ କିନ୍ତୁ ମସଲା ବଟାବଟି କରିବାକୁ ମିକଶ୍ଚର ଗ୍ରାଇଣ୍ଡର ନିହାତି ଥିବ। ଆଗରୁ ହାତରେ ମସଲା ବଟାବଟି କରିବାରେ ସମସ୍ୟା ହେଉଥିବା ବେଳେ ଏବେ ମାତ୍ର କିଛି ମିନିଟ୍‌ରେ ବାଟି ହଉଛି। ତେବେ ମିକଶ୍ଚର ଗ୍ରାଇଣ୍ଡର ବ୍ୟବହାର କରୁଥିଲେ ମଧ୍ୟ ଏହାର ସଠିକ୍‌ ପଦ୍ଧତି ଖୁବ୍‌ କମ୍‌ ଲୋକଙ୍କୁ ଜଣାଥାଏ। ଠିକ୍‌ ଭାବେ ଏହାର ବ୍ୟବହାର ନ କଲେ ଖୁବ୍‌ କମ୍‌ ଦିନ ଭିତରେ ଗ୍ରାଇଣ୍ଡର ଖରାପ ହୋଇଯିବା ଆଶଙ୍କା ରହିଛି। ଆସନ୍ତୁ ଜାଣିବା ମିକଶ୍ଚର ଗ୍ରାଇଣ୍ଡର ବ୍ୟବହାର କରିବାର ସଠିକ୍‌ ପଦ୍ଧତି…

  • ମିକଶ୍ଚର ବ୍ୟବହାର କରୁଥିବା ବେଳେ କେବେ ବି ଫୁଲ ସ୍ପିଡ୍‌ରେ ଆରମ୍ଭ କରନ୍ତୁ ନାହିଁ। ସେହିଭଳି ବନ୍ଦ କଲା ବେଳେ ମଧ୍ୟ ଫୁଲ୍‌ ସ୍ପିଡ୍‌ରେ ବନ୍ଦ କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମେସିନ୍‌ ଉପରେ ପ୍ରେସର ପଡ଼େ ଓ ଖରାପ ହେବା ସମ୍ଭାବନା ଥାଏ।
  • ଅଧିକ ଦିନ ପର୍ଯ୍ୟନ୍ତ ମିକଶ୍ଚରକୁ ଚାଲୁ ରଖିବା ପାଇଁ ଏହାକୁ ଧୀରେ, ମଧ୍ୟମ ଓ ସ୍ପିଡ୍‌ ଚଲାନ୍ତୁ ଓ କମାଇବା ବେଳେ ମଧ୍ୟ ଗୋଟିଏ ଗୋଟିଏ କରି କମାଇ ବନ୍ଦ କରନ୍ତୁ।
  • ମିକଶ୍ଚର ଚଲାଇବା ବେଳେ ଏହାକୁ ଭଲ ଭାବେ ଲକ୍‌ କରନ୍ତୁ। ନଚେତ୍‌ ବ୍ଲେଡ୍‌ ଭାଙ୍ଗିବା ଆଶଙ୍କା ରହିଛି।
  • ମିକଶ୍ଚରକୁ ଏକକାଳୀନ ଅଧିକ ସମୟ ଚଲାନ୍ତୁ ନାହିଁ। ୧୦ରୁ ୧୫ ମିନିଟ୍‌ ଲଗାତାର ଚଲାଇବା ପରେ ଟିକେ ବିଶ୍ରାମ ଦିଅନ୍ତୁ। ନଚେତ୍‌ ମେସିନ୍‌ ପୋଡ଼ିଯାଇପାରେ ।

  • ମିକଶ୍ଚରର ବ୍ଲେଡ୍‌କୁ ସବୁବେଳେ ସଫା ରଖନ୍ତୁ। କୌଣସି ତରଳ ପଦାର୍ଥ ପେଷିବା ପରେ ଜାର୍‌କୁ ପାଣିରେ ଭଲଭାବେ ସଫା କରନ୍ତୁ।
  • ମିକଶ୍ଚରରେ କେବେ କୌଣସି ଗରମ ଜିନିଷ ପେଷନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମିକଶ୍ଚର ଜଲଦି ଖରାପ ହୋଇଯାଏ। ଏଣୁ ସବୁବେଳେ ଜିନିଷକୁ ଥଣ୍ଡା କରି ପେଷନ୍ତୁ।
  • ପେଷିବା ବେଳେ ମିକଶ୍ଚର ଜାର୍‌କୁ ସମ୍ପୂର୍ଣ୍ଣ ଭରନ୍ତୁ ନାହିଁ। ସବୁବେଳେ ଅଧା ବା ଅଧାରୁ ଟିକେ ଅଧିକ ରଖି ଜିନିଷ ପେଷନ୍ତୁ। ଏହା ଦ୍ୱାରା ମିଶ୍ରଣ ବାହାରକୁ ଆସିବ ନାହିଁ।
  • ଗ୍ରାଇଣ୍ଡର ଚଳାଇବା ବେଳେ ଏହାର ଖୋଳକୁ ହାତରେ ଚାପି ରଖନ୍ତୁ। ଏଭଳି କରିବା ଦ୍ୱାରା ପେଷୁଥିବା ଜିନିଷ ବାହାରକୁ ଆସେ ନାହିଁ।
  • ଗ୍ରାଇଣ୍ଡିଂ କରିସାରିବା ପରେ ସବୁବେଳେ ପ୍ଲଗ୍‌ ବାହାର କରି ସଫା କରି ରଖନ୍ତୁ। ଲଗାତାର କରେଣ୍ଟ ପ୍ରବାହିତ ହେବା ଦ୍ୱାରା ମେସିନ୍‌ ଖରାପ ହୋଇପାରେ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button