ଦେଶ

ଭଉଣୀର ପ୍ରେମ ବିବାହକୁ ବିରୋଧ; ଭିଣେଇଙ୍କୁ ହାଣି ହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ସହି ପାରିଲେନି ଭଉଣୀର ପ୍ରେମ ବିବାହ । ରାଗିଗଲେ ଭାଇ । ରାଗରେ ନିଜ ଭିଣେଇକୁ ହାଣି ହତ୍ୟା କଲେ । ଏଭଳି ଏକ ଘଟଣା ଘଟିଛି ହରିୟାଣାରେ । ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ହରିୟାଣାର ଯମୁନାନଗରରେ ନିଜ ଭଉଣୀର ପ୍ରେମ ବିବାହକୁ ବିରୋଧ କରି ତାଙ୍କ ଭାଇମାନେ ଭିଣେଇଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତ ବ୍ୟକ୍ତି ଜଣକ ଅଭିଷେକ ବୋଲି ପୁଲିସ ଚିହ୍ନଟ କରିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଷେକ ଏବଂ ରିଷୁ ପରସ୍ପରକୁ ଭଲ ପାଉଥିଲେ । ଉଭୟ ଏକ ବର୍ଷ ପୂର୍ବେ ବିବାହ କରିଥିଲେ । ହେଲେ ଏମାନଙ୍କ ବିବାହକୁ କିନ୍ତୁ ପରିବାର ଲୋକେ ବିରୋଧ କରୁଥିଲେ । ବିଶେଷ କରି ରିଷୁଙ୍କ ଭାଇମାନେ ଏହି ବିବାହକୁ ଗ୍ରହଣ କରୁନଥିଲେ ।

ଗତ ଏକ ବର୍ଷ ହେଲା ରିଷୁ ଓ ଅଭିଷେକ ଜିରକପୁରରେ ରହୁଥିଲେ । ତେବେ ରବିବାର ଦିନ ଅଭିଷେକ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯମୁନାନଗର ଆସିଥିଲେ । ରିଷୁର ଭାଇମାନେ ଅଭିଷେକ ଆସିଥିବା ଜାଣିବା ପରେ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଭେଟିବାକୁ ଯାଇଥିଲେ । ଏହାପରେ ଅଭିଷେକଙ୍କ ଉପରେ ସେମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର କିଛି ସାଙ୍ଗମାନେ ଗୁରୁତର ଆହତ ହୋଇଛନ୍ତି । ଏହି ମାମଲାରେ ଯମୁନାନଗର ସିଟି ଏସ୍‌ଏଚ୍‌ଓ ଜଗଦୀଶ ଚନ୍ଦ୍ର କହିଛନ୍ତି ଯେ ରିଷୁଙ୍କ ଭାଇ ତାଙ୍କ ବିବାହକୁ ବିରୋଧ କରୁଥିଲେ ବୋଲି ତଦନ୍ତରୁ ଜଣାପଡିଛି । ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଜାରି ରଖିଛି । ଯଦି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ସାମ୍ନାକୁ ଆସେ, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button