ରାଜ୍ୟ

କଂଗ୍ରେସର ୨୦୦ କର୍ମକର୍ତ୍ତା ବିଜେପିରେ ସାମିଲ – Ibnodisha

[ad_1]

ଚମ୍ବଲ: ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ଗୋଟିଏ ପଟେ ନିଜ ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିପଡିଛି । କିନ୍ତୁ ରାଜନୈତିକ ପାଣିପାଗ କଂଗ୍ରେସ ସପକ୍ଷରେ ନଥିବା ଭଳି ପ୍ରତୀତ ହେଉଛି । ରାଜସ୍ଥାନର ଚମ୍ବଲ ନିର୍ବାଚନୀ କ୍ଷେତ୍ରରୁ ପ୍ରାୟ ୨୦୦ରୁ ଅଧିକ କଂଗ୍ରେସ ନେତା ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏମାନଙ୍କ କଂଗ୍ରେସ ଛାଡିବା ଏବଂ ବିଜେପିରେ ଯୋଗଦେବା ପଛରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିବା ଜଣାପଡିଛି ।

ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦେବାର ଅନେକ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ କଂଗ୍ରେସର ଅନେକ ନେତା ଓ କର୍ମୀ ତାଙ୍କ ସଂସ୍ପର୍ଶରେ ରହିଥିବା ସମସ୍ତଙ୍କୁ ବେଶ୍ ଭଲଭାବେ ଜଣାଥିଲା । କିନ୍ତୁ ସେମାନେ ଯେ, ଉପଯୁକ୍ତ ସମୟ ଅପେକ୍ଷାରେ ରହିଥିଲେ ଏସମ୍ପର୍କରେ ରାଜ୍ୟ କଂଗ୍ରେସର ମୁଖ୍ୟ ପୁରୋଧାଙ୍କୁ ମଧ୍ୟ ଆଭାସ ମିଳିନଥିଲା । ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବେ କଂଗ୍ରେସର ମୁରେନା ବିଧାନସଭା ଆସନରୁ ବିଧାୟକ ଥିବା ରାକେଶ ସିଂହ ମାବଇଙ୍କୁ ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଟିକଟ ଦେଇନଥିଲା । ଏହାକୁ ନେଇ ସେ କଂଗ୍ରେସ ଉପରେ ଭୀଷଣ ଅସନ୍ତୁଷ୍ଟ ଥିଲେ । ପରେ ସେ ବିଜେପିରେ ଯୋଗଦେଇଥିଲେ । ରାକେଶ ସିଂହ କଂଗ୍ରେସ ଛାଡିବା ସମୟରେ ମଧ୍ୟ ଦଳକୁ ଏକ ବଡ଼ ଚେତାବନୀ ଦେଇଥିଲେ । ସେ କହିଥିଲେ କଂଗ୍ରେସକୁ ଏହାର ପରିଣାମ ଭୋଗିବାକୁ ପଡିବ । ତେବେ ତାଙ୍କ ନେତୃତ୍ୱରେ ୨୦୦ରୁ ଅଧିକ କର୍ମକର୍ତ୍ତା ହଠାତ୍ କଂଗ୍ରେସ ଛାଡି ଆଜି ବିଜେପିରେ ଯୋଗଦେଇଛନ୍ତି ।

ରାକେଶ ସିଂହ ମାବଇ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟତମ ନେତା ଭାବେ ବେଶ୍ ଜଣାଶୁଣା । ଅନ୍ୟପକ୍ଷେ ସିନ୍ଧିଆ ଏବେ ଗ୍ୱାଲିଅରର ଚମ୍ବଲ କ୍ଷେତ୍ରରେ ଡେରା ପକାଇଛନ୍ତି । ଗୋଟିଏ ପଟେ ସିନ୍ଧିଆଙ୍କ ଚମ୍ବଲ ଗସ୍ତ ଏବଂ ତାଙ୍କରି ଉପସ୍ଥିତିରେ ୨୦୦ କଂଗ୍ରେସ କର୍ମକର୍ତ୍ତା ବିଜେପିରେ ଯୋଗଦେବା ଘଟଣା ଏପରି ସମୟରେ ଦେଖିବାକୁ ମିଳିଛି ଯେତେବେଳେ କଂଗ୍ରେସ ଏବେ ନିଜକୁ ଶକ୍ତିଶାଳୀ କରିବା ଦିଗରେ ଲାଗିଛି । କିନ୍ତୁ ଏହି ଘଟଣା ପ୍ରଦେଶ କଂଗ୍ରେସକୁ ବେଶ୍ ଦୁର୍ବଳ କରିଦେଇଛି । ପ୍ରକାଶ, ରାକେଶ ସିଂହ ବିଜେପିରେ ଯୋଗଦେବାର କିଛି ଦିନ ମଧ୍ୟରେ ସିନ୍ଧିଆଙ୍କ ପରାମର୍ଶକ୍ରମେ ପ୍ରାୟ ୨୨୮ କଂଗ୍ରେସ କର୍ମକର୍ତ୍ତାଙ୍କୁ ବିଜେପିରେ ସାମିଲ କରାଇସାରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ରାକେଶ ସିଂହ ସୂଚନା ଦେଇଛନ୍ତି । ଯାହାକି କଂଗ୍ରେସ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button