ଦେଶ

ଚୀନ୍ ସପିଂ ମଲ୍‌ରେ ଅଗ୍ନିକାଣ୍ଡ, ୩୪ ଦଗ୍ଧ – Ibnodisha

[ad_1]

ବେଜିଂ : ବୁଧବାର ଚୀନ୍‌ର ଜିୟାଗଁସୀ ପ୍ରାନ୍ତର ୟୁଶୁଇ ମାର୍କେଟ୍ ସ୍ଥିତ ଏକ ବୃହତ୍ ସପିଂ କମ୍ପେ୍ଲକ୍ସରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩୪ଜଣଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି । ସରକାରୀ ରିପୋର୍ଟ ଅନୁସାରେ ସପିଂ କମ୍ପେ୍ଲକ୍ସରେ ନିଆଁ ଲାଗିବା ସମୟରେ ଏଠାରେ ମାତ୍ରାଧିକ ଭିଡ ଲାଗିରହିଥିଲା । ଏମାନଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ସାମିଲ ଥିଲେ ।

ନିଆଁ ଲାଗିବାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ସପିଂ କମ୍ପେ୍ଲକ୍ସରେ ଥିବା ଏକ ଚାଇନିଜ୍ ଫାଷ୍ଟଫୁଡ୍ ଷ୍ଟଲ୍‌ରେ ସର୍ଟସର୍କିଟ୍ ଯୋଗୁ ସର୍ବପ୍ରଥମେ ନିଆଁ ଲାଗିଥିବା ନେଇ ସୂଚନା ସାମ୍ନାକୁ ଆସୁଥିବାରୁ ଏହା ଅଗ୍ନିକାଣ୍ଡର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ନିଆଁ ଲାଗିବା ପରେ ପରେ ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିନିଆଯାଇଥିଲା । ଫଳରେ ଅନେକ ଲୋକଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରିଥିଲା ।

ରିପୋର୍ଟ ଲେଖାହେବା ବେଳକୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିନେଇଥିବା ଜଣାପଡିଛି । ତେବେ ଏସବୁ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ପ୍ରକାଶ, ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଥିବା ଅନ୍ୟ ଏକ ବୃହତ୍ ସପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିଲା ।

The post ଚୀନ୍ ସପିଂ ମଲ୍‌ରେ ଅଗ୍ନିକାଣ୍ଡ, ୩୪ ଦଗ୍ଧ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button