ଭୋଟ୍ ଦେଇ ଆସିଲେ ମାଗଣାରେ ଖାଇବେ ଚୁଡା ଓ ଜିଲାପି, ଇନ୍ଦୋରରେ ନିଆରା ପଦକ୍ଷେପ ନେଲେ ଦୋକାନୀ – Ibnodisha

[ad_1]
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ନିର୍ବାଚନୀ ରଣ ଆରମ୍ଭ ହୋଇଛି। ରାଜ୍ୟରେ ନଭେମ୍ବର ୧୭ରେ ମତଦାନ ଅନୁଷ୍ଠିତ ହେବ। ସମସ୍ତ ବୁଥରେ ଶତପ୍ରତିଶତ ଭୋଟ୍ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଦେଶର ସବୁଠାରୁ ସଫାସୁତରା ସହର ଇନ୍ଦୋରରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଆରା ପଦକ୍ଷେପ ନିଆଯାଇଛି। ଏଠାକାର ପ୍ରସିଦ୍ଧ ଚାଟ୍-ଚୌପାଟୀର ୫୬ଟି ଦୋକାନ ମତଦାନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।
ଦୋକାନୀମାନେ ଘୋଷଣା କରିଛନ୍ତି ଯେ ଭୋଟ୍ ଦିନ ଅର୍ଥାତ୍ ନଭେମ୍ବର ୧୭ରେ ନିଜର ମତ ସାବ୍ୟସ୍ତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଚାଟ୍-ଚୌପାଟୀରେ ପୋହା ଓ ଜିଲାପିର ମାଗଣା ଜଳଖିଆ ପ୍ରଦାନ କରାଯିବ। ଯିଏ ନିଜ ଆଙ୍ଗୁଠିରେ ଲାଗିଥିବା ଭୋଟିଂର ସାହି ଚିହ୍ନକୁ ଦେଖାଇବେ, ସେମାନେ ଏଠାରେ ମାଗଣା ଭୋଜନର ଲାଭ ଉଠାଇ ପାରିବେ।
୫୬ ଦୋକାନ ବ୍ୟବସାୟୀ ସଂଘର ସଭାପତି ଗୁଞ୍ଜନ ଶର୍ମା କହିଛନ୍ତି ଯେ ସ୍ୱଚ୍ଛତାରେ ଇନ୍ଦୋର ଦେଶରେ ପ୍ରଥମ ସ୍ଥାନରେ ରହିଛି। ଆମେ ଚାହୁଁଛୁ, ଭୋଟିଂ କ୍ଷେତ୍ରରେ ମଧ୍ୟ ଆମ ସହର ଶୀର୍ଷରେ ରହୁ। ଏଥିପାଇଁ ଆମେ ଭୋଟ୍ ଦେଇ ଆସୁଥିବା ଭୋଟରମାନଙ୍କୁ ମାଗଣା ପୋହା ଓ ଜିଲାପି ଖୁଆଇବାକୁ ନିଷ୍ପତ୍ତି ନେଇଛୁ।
ଶର୍ମା କହିଛନ୍ତି ଯେ ମାଗଣା ପୋହା ଓ ଜିଲାପି ନଭେମ୍ବର ୧୭ରେ ସକାଳ ୯ଟା ପର୍ୟ୍ୟନ୍ତ ଉପଲବ୍ଧ ରହିବ। ଏହାପରେ ମତଦାତାମାନଙ୍କୁ ଦିନସାରା ପୋହା ଓ ଜିଲାପି ମୂଲ୍ୟରେ ୧୦ ପ୍ରତିଶତର ବିଶେଷ ରିହାତି ମିଳିବ। କହି ରଖୁଛୁ, ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ ସମ୍ପୃକ୍ତ ମାନଦଣ୍ଡ ପୂରଣ କରିବା ହେତୁ ୫୬ଟି ଦୋକାନକୁ କ୍ଲିନ୍ ଷ୍ଟ୍ରିଟ୍ ଫୁଡ୍ ହବ୍ର ମାନ୍ୟତା ଦେଇଛି।
[ad_2]