ଦେଶ

ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – Ibnodisha

[ad_1]

ବ୍ୟୁରୋ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ବିଶ୍ୱରେ ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏହି ପ୍ରତିଭାବାନ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ତାଙ୍କର ଏହି ସଫଳତାରୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଓଡ଼ିଶାରୁ ଅନେକ ହକି ଖେଳାଳି ସୃଷ୍ଟି ହେବେ ଏବଂ ନିଜର ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ଓ ରାଜ୍ୟକୁ ଗର୍ବିତ କରାଇବେ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଅଭିନନ୍ଦନ । ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ତାଙ୍କର ଏହି ସଫଳତାରୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଓଡ଼ିଶାରୁ ଅନେକ ହକି ଖେଳାଳି ସୃଷ୍ଟି ହେବେ ଏବଂ ନିଜର ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ଓ ରାଜ୍ୟକୁ ଗର୍ବିତ କରାଇବେ ବୋଲି ମୋର ଦୃଢ଼ ବିଶ୍ୱାସ । ଚଳିତ ଏସୀୟ କ୍ରୀଡ଼ାରେ ଭାରତ କୁ ମିଳିଛି ବିପୁଳ  ସଫଳତା । ପ୍ରାୟ ସବୁ ଖେଳରେ ଭାରତୀୟ ଖେଳାଳି ଦେଖାଇଛନ୍ତି ନିଜର ଅପୂର୍ବ ସଫଳତା । ସେହିପରି ଭାରତୀୟ ପୁରୁଷ ଦଳ ହକି ମଧ୍ୟ ଦେଖାଇଛନ୍ତି ନିଜର କମାଲ । ଏସିଆ କ୍ରୀଡାରେ ଫାଇନାଲରେ ଟିମ୍ ଇଣ୍ତିଆ  ଜାପାନକୁ ୫-୧ରେ ହରାଇ ବିଜୟର ମୁକୁଟ ପିନ୍ଧିଛି । ଏହି ସ୍ୱର୍ଣ୍ଣ  ସହ ଭାରତୀୟ ହକି ଟିମ୍ ୨୦୨୪ ପ୍ୟାରିସ୍ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ଟିମ୍ କ୍ୟାପଟେନ୍ ହରମନପ୍ରୀତ୍ ସିଂ ଦ୍ୱିତୀୟ ଗୋଲ କରି ୨-୦ ଲିଡକୁ ବଢାଇବାରେ ସାହାର୍ଯ୍ୟ କରିଥିଲେ।  ତୃତୀୟ କ୍ଵାଟରରେ ଶେଷ ହେବା ପୂର୍ବରୁ  ଅମିତ୍ ରୋହିଦାସ୍ ତୃତୀୟ ଗୋଲ୍ ଦେଇଥିଲେ । ଆଉ ଏହି ଭାବରେ ଭାରତ ୫-୧ରେ ମ୍ୟାଚ୍ ହାତେଇଥିଲା ।  ଅମିତ ରୋହିଦାସ ଯିଏ କି  ନିଜ ଗ୍ରାମରୁ ହକି ଖେଳ ଆରମ୍ଭ କରି, ୨୦୦୪ ମସିହାରେ ରାଉରକେଲାର ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ଯୋଗ ଦେଇଥିଲେ । ଏହାପରେ ୨୦୦୯ ମସିହାରେ ସେ ଭାରତୀୟ ଯୁବଦଳରେ ଖେଳିବାର ସୁଯୋଗ ପାଇଥିଲେ । ୨୦୧୩ ମସିହାରେ ଅନୁଷ୍ଠିତ ହୋଇଥିବା ଏସିଆ କପରେ ସେ ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ଅମିତଙ୍କୁ  ଚୟନ କରାଯାଇଥିଲା । ସେହି ପତିଯୋଗିତାରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଥିଲା । କିଛିବର୍ଷ ସେ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ ମଧ୍ୟ ୨୦୧୭ ମସିହାରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ଭାବରେ ଖେଳି ଆସୁଛନ୍ତି । ୨୦୨୨ ଇଣ୍ଟରନ୍ୟାସନାଲ ହକି ଫେଡେରେସନ  ପ୍ରୋଲିଗରେ ସେ ଭାରତୀୟ ଦଳର ଅଧିନାୟକ ରୂପେ ଖେଳିଥିଲେ । ତେବେ ଚଳିତ ଏସୀୟ କ୍ରୀଡ଼ାରେ ଅମିତଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା ଯାହା ଭାରତକୁ ବିଜୟ ହାସଲରେ ସହାୟକ ହୋଇଛି ।

ତେବେ ଭାରତୀୟ ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ  ଜିତି ଦେଶର ଗୌରବକୁ ବଢ଼ାଇଥିବା ବେଳେ ଅମିତ ରୋହିଦାସଙ୍କ ସହ ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button