ଦେଶ

ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇବା ମାମଲା: ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ରାଜସ୍ଥାନ ସରକାର – Ibnodisha

[ad_1]

ରାଜସ୍ଥାନ: ରାଜସ୍ଥାନ ପ୍ରତାପଗଡ଼ର ଧରିଆବାଦରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମ୍‌ ଗେହଲଟ୍‌ ପୀଡ଼ିତା ମହିଳା ଏବଂ ତାଙ୍କ ପରିବାରକୁ ଭେଟି ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପୀଡ଼ିତାଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୀଡ଼ିତା ଗର୍ଭବତୀ ଅଛନ୍ତି। ତେଣୁ ସରକାରୀ ସ୍ତରରେ ଦିଆଯାଉଥିବା ମେଡିକାଲ୍‌ ସୁବିଧା ତାଙ୍କୁ ମାଗଣାରେ ପ୍ରଦାନ କରାଯିବ। ଏହାସହିତ ସେ ଚିକିତ୍ସକମାନଙ୍କୁ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଏହି ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଟ୍ଵିଟ୍‌ କରି କହିଛନ୍ତି ଯେ ମହିଳାମାନଙ୍କ ବିରୋଧରେ ଘଟୁଥିବା ଏଭଳି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପରାଧୀମାନଙ୍କୁ ଦଣ୍ଡ ଦେବା ଜରୁରୀ। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପରାଧୀମାନଙ୍କୁ ଗିରଫ କରାଇଛନ୍ତି ଏବଂ ଫାଷ୍ଟ୍‍ ଟ୍ରାକ୍‌ କୋର୍ଟରେ ମକଦ୍ଦମା ଚଳାଇ ଦଣ୍ଡ ଦେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଶା କରୁଛି, ପୀଡ଼ିତାଙ୍କୁ ବହୁତ ଜଲ୍‌ଦି ନ୍ୟାୟ ମିଳିବ।

ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ହୋସିୟାର୍‌ ମୀଣା କହିଛନ୍ତି, ରାଜସ୍ଥାନ ସରକାର ମହିଳାମାନଙ୍କ ସହ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ରୋକିବାରେ ବିଫଳ ହୋଇଛି। ଏହି ମାମଲାରେ ହାଇକୋର୍ଟ ସିଧା ହସ୍ତକ୍ଷେପ କରିବା ଉଚିତ୍‌ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଦରକାର।

କହି ରଖୁଛୁ, ପ୍ରତାପଗଡ଼ର ଧରିଆବାଦରେ ଜଣେ ବ୍ୟକ୍ତି ନିଜର ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଥିଲେ। ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button