ରାଜ୍ୟ

ଏସି କୁକୁଡ଼ା ଫାର୍ମ କରି ଚର୍ଚ୍ଚାରେ ଯୁବକ – Ibnodisha

[ad_1]

ଭୁୁବନେଶ୍ୱର: ଆଜିକାଲିର ଯୁବବର୍ଗଙ୍କ ନିକଟରେ ସରକାରୀ ଚାକିରି କରିବାର ନିଶା ବଢୁଛି । ରୋଜଗାରର ସହଜ ମାଧ୍ୟମ ଚାକିରି ବୋଲି ଅନେକ ଗ୍ରହଣ କରିନେଇଥାନ୍ତି। କିନ୍ତୁ ଚାକିରି ପଛରେ ନ ଦୌଡି ନିଜର ଉଦ୍ୟୋଗ ପ୍ରତିଷ୍ଠା କରି ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବ । ଯାହା କରି ଦେଖାଇଛନ୍ତି ଅସ୍ତରଙ୍ଗ ଅଞ୍ଚଳର ତିରିକଣା ଗ୍ରାମର ଯୁବକ ଅରୁଣ କୁମାର ନାୟକ।
କ ମଧ୍ୟବିତ ଚାଷୀ ପରିବାରରୁ ଆସିଛନ୍ତି ଅରୁଣ । ଅରୁଣଙ୍କ ବାପା ଧାନ ଚାଷ ସହିତ ୨୦୦ ଗଛ ପାନ ଚାଷ ମଧ୍ୟ କରିଥିଲେ । କିନ୍ତୁ ଆଜିକାଲିର ମହଙ୍ଗା ବଜାରରେ ଏହି ସବୁ ଚାଷ କରି ତାଙ୍କର ପରିବାର ପ୍ରତିପୋଷଣ କରିବା ବଡ କଷ୍ଟ ସାଧ୍ୟ ହୋଇଥିଲା। ସେଥିପାଇଁ ଅରୁଣ ଚିନ୍ତାକଲେ କିଛି ଅଲଗା କରି ଦେଖାଇବା ପାଇଁ। ଦିନେ ଏମିତି ୟୁଟ୍ୟୁବ୍ ରୁ ଜାଣିବାକୁ ପାଇଲେ ଜେ ଏସି କୁକୁଡ଼ା ଫାର୍ମ ସମ୍ପର୍କରେ। କିଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ରେ କୁକୁଡ଼ା ଚାଷ କରି ଲୋକମାନେ ଲାଭବାନ ହେଇପାରୁଛନ୍ତି ସେ ନେଇ ଜାଣିଲେ। ତେଣୁ ଚିନ୍ତାକଲେ ସେ ମଧ୍ୟ ଏମିତି କୁକୁଡ଼ା ଫାର୍ମ ଟି କରିବେ ।
ସେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଏହି ଚାଷ ଅନେକ ସ୍ଥାନରେ କରାଯାଉଥିବା କଥା ଜାଣିବାକୁ ପାଇଲେ । ରାଜ୍ୟର ଅନେକ ଏସି କୁକୁଡ଼ା ଫାର୍ମ କୁ ଯାଇ ସେଠାରେ କିଭଳି କୁକୁଡ଼ା ଚାଷ କରାଯାଉଛି ସେ ସମ୍ପର୍କରେ ଜ୍ଞାନ ଆହରଣ କଲେ ଏବଂ ନିଜ ଜମିରେ ଏହିଭଳି ଏକ କୁକୁଡ଼ା ଫାର୍ମ କରି କୁକୁଡ଼ା ଚାଷ କରିବେ ବୋଲି ମନସ୍ତ କଲେ। ପ୍ରଥମେ ନିଜ ଜମିରେ ୪୦ ଫୁଟ ଓସାର ଏବଂ ୪୦୦ ଫୁଟ ଲମ୍ବର ଏକ ଘର ତିଆରି କରି ସେଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇ କ୍ଷେତ୍ର ପ୍ରସ୍ତୁତ କଲେ ଅରୁଣ । ଏହି ଫାର୍ମ ହାଉସ ରେ ୬ ଟି ଏକଜିଷ୍ଟଙ୍ଗ ଫ୍ୟାନ ଲଗାଇ ସେଥିରେ ସେନସର ଲଗାଇଲେ। ସେନସର ଫ୍ୟାନ ସହିତ ଏସି ମଧ୍ୟ ଲଗାଇ ଦିଆଗଲା, ଯାହା ଫାର୍ମ ହାଉସକୁ ଶୀତତାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛି। ଯାହା ଘର ଭିତରର ଉତ୍ତାପ କୁ ନିୟନ୍ତ୍ରଣ କରିବାରେ ସେନସର ମୁଖ୍ୟ ଭୂମିକା ଗ୍ରହଣ କରୁଛି।
ଏପଟେ ଏହି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ କୁକୁଡ଼ା ଫାର୍ମ ରେ କୁକୁଡ଼ା ମାନଙ୍କ ପାଖରେ ଖାଦ୍ୟ ଏବଂ ପାଣି ମେସିନ ସାହାଯ୍ୟରେ ପହଞ୍ଚାଇ ଦିଆଯାଉଛି। ସୁଇଜ ଅନ କରିବା ମାତ୍ରେ ଅଟୋମେଟିକ ଭାବରେ ପାଇପ ଯୋଗେ ଖାଦ୍ୟ ,ପାଣି ଆପେ ଆପେ ପହଞ୍ଚି ଯାଉଛି। ଫାର୍ମ ହାଉସ ଭିତରେ ଏସି ଯୋଗେ ଶୀତଳତା ପ୍ରଦାନ କରାଯାଉଥିବା ଯୋଗୁଁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ କୁକୁଡ଼ା ମାନଙ୍କର କ୍ଷତି ପହଞ୍ଚାଇବାର ଆଶଙ୍କା କୁ ପ୍ରତିହତ କରାଯାଇଛି। କୁକୁଡ଼ା ଛୁଆ ଛଡା ଯିବାର ପ୍ରଥମ ଦିନ ରୁ ଆରମ୍ଭ କରି ୩୫ ଦିନ ଯାଏ ଫାର୍ମ ପରିସରକୁ ସମାନ ତାପମାତ୍ରା ଯୋଗାଇଦେବାରେ ସେନସରର ଗୁରୁତ୍ୱପୂର୍ଣ ଭୂମିକା ରହିଛି। ସେହିଭଳି ଭାବରେ ଫାର୍ମ ଭିତରେ କୁକୁଡ଼ା ମଳ ତ୍ୟାଗ କଲେ ସେଥିରୁ ଅମୋନିଆ ଗ୍ୟାସ ସୃଷ୍ଟି ହୋଇ କୁକୁଡ଼ା ମାନଙ୍କୁ ଇନଫେକ୍ସନ ହୋଇ ଅନେକ ରୋଗ ସୃଷ୍ଟି କରିଥାଏ ,କିନ୍ତୁ ଏହି ଫାର୍ମରେ ଲାଗିଥିବା ୬ ଗୋଟି ଏକଜିଷ୍ଟ ଫ୍ୟାନ ଫାର୍ମହାଉସ ଭିତର ର ଗ୍ୟାସ କୁ ବାହାରକୁ ନିର୍ଗତ କରି ବାହାରର ଶୁଦ୍ଧ ବାୟୁ ଭିତର କୁ ପ୍ରବେଶ କରାଉଥିବାରୁ କୁକୁଡାଙ୍କୁ ରୋଗ ହେବାର ସମ୍ଭାବନା କୁ କମାଇଦିଆ ଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button