ଦେଶ

ଅଧ୍ୟାପକଙ୍କ ନିଲମ୍ବନକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ‌କୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ବରିଷ୍ଠ ଅଧ୍ୟାପକ ଜହୁର ଅହମଦ ଭଟଙ୍କୁ ନିଲମ୍ବନ କରାଯିବାର କାରଣ ସଂପର୍କରେ ସୁପ୍ରିମକୋର୍ଟ ଆଜି ଧାରା ୩୭୦ ମାମଲାର ଶୁଣାଣି ‌ବେଳେ ପ୍ରଶ୍ନ କରିଛନ୍ତି। ଜମ୍ମୁ କଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗରେ ଭଟ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଧାରା ୩୭୦ ଉଚ୍ଛେଦ ମାମଲାରେ ସେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ।

ତେବେ ଆଜି ୫ ଜଣିଆ ସମ୍ବିଧାନ ପୀଠ ମାମଲାର ଶୁଣାଣି ଆରମ୍ଭ କରିବାକୁ ଯିବା ସମୟରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଭଟଙ୍କ ବଦଳି ବିଷୟ ଉଠାଇଥିଲେ। ସେ ଅଦାଲତରେ ଉପସ୍ଥିତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ଠିକ୍‌ ନୁହେଁ। ଆମ ଗଣତନ୍ତ୍ରରେ ଏଭଳି ହେବା ଉଚିତ ନୁହେଁ ବୋଲି ଶିବଲ କହିଥିଲେ। ଭଟ ଅଗଷ୍ଟ ୨୩ରେ ସୁପ୍ରିମକୋର୍ଟରେ ହାଜର ହୋଇଥିବାବେଳେ ତାଙ୍କୁ ୨୫ ତାରିଖରେ ନିଲମ୍ବିତ କରାଯାଇଛି। ଏହି ପ୍ରସଙ୍ଗ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ସେ ଏ ସଂପର୍କରେ ସମ୍ବାଦପତ୍ରରୁ ଜାଣିବାକୁ ପାଇଛନ୍ତି। ଏଥିସହିତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏ ସଂପର୍କରେ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳଙ୍କ ସହିତ କଥା ହେବାକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶ୍ରୀ ମେହେଟ୍ଟାଙ୍କୁ କହିଥିଲେ। ଅଧ୍ୟାପଙ୍କ ନିଲମ୍ବନର ପ୍ରକୃତ କାରଣ ଜାଣିବା ଲାଗି କହିଥିଲେ। ସେହିଭଳି ବିଚାରପତି ଏସକେ ‌କୌଲ ମଧ୍ୟ ଏହି ପ୍ରସଙ୍ଗର ଯାଞ୍ଚ ପାଇଁ ମତ ରଖିଥିଲେ। ଯଦି ଚିଠିରେ ମାମଲା ଶୁଣାଣି ପ୍ରସଙ୍ଗ ଉଲ୍ଲେଖ ହୋଇଥାଏ ତାହେଲେ ସେଠାରେ ସମସ୍ୟା ରହିଛି ବୋଲି ବିଚାରପତି ମତ ଦେଇଥିଲେ।

ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଧ୍ୟାପକ ଶ୍ରୀ ଭଟ ସୁପ୍ରିମକୋର୍ଟରେ ୨୪ ତାରିଖରେ ହାଜର ହୋଇଥିଲା। ଏହାପରେ ତାଙ୍କୁ ଶ୍ରୀନଗରରୁ ବଦଳି କରାଯାଇ ବିଦ୍ୟାଳୟ ଜମ୍ମୁରେ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ଆଚରଣ ସଂପର୍କରେ ତଦନ୍ତ ପାଇଁ ଏକ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button