ରୁଟିରେ ଜଗନ୍ନାଥଙ୍କ ପ୍ରତିଛବି – Ibnodisha

[ad_1]
ବ୍ରହ୍ମପୁର : ସେ ଭାବ ବିନୋଦିଆ ଠାକୁର ,ତାଙ୍କ ଲୀଳା ଅପାର କେତେବେଳେ କେଉଁ ରୂପରେ ଯେ ସେ ନିଜ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତାଙ୍କୁ ହିଁ ଜଣା । ସେମିତି ରୁଟିରେ ଦେଖିବାକୁ ମିଳିଛି ଜଗନ୍ନାଥଙ୍କ ପ୍ରତିଛବି ଏଭଳି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ରୁଟିରେ ଦେଖାଗଲେ ଜଗନ୍ନାଥ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ସହରର ପୁଷ୍ପାଞ୍ଜଳି ବେହେରାଙ୍କ ଘରେ । ରୁଟି କରୁଥିବା ବେଳେ ସେ ରୁଟିରେ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅବିକଳ ଚିତ୍ର ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଏହାପରେ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଥିବା ଏହି ରୁଟି ଟିକୁ ରଖି ପୂଜାର୍ଚ୍ଚନା କରିଥିଲେ ପରିବାର ବର୍ଗ । ପୁଷ୍ପାଞ୍ଜଳିଙ୍କ ଘରେ ସବୁଦିନେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ଭକ୍ତି କରୁଥିବା ବେଳେ ଅନେକ ଦିନ ହବ ପୁରୀ ଯିବାକୁ ମନସ୍ଥ କରୁଥିଲେ ମଧ୍ୟ ପୁରୀ ଯାଇପାରୁନଥିଲେ ତେଣୁ ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ରୁଟିରେ ଦର୍ଶନ ଦେଇଛନ୍ତି ବୋଲି କହିଛନ୍ତି ପୁଷ୍ପାଞ୍ଜଳି ଓ ତାଙ୍କ ପରିବାର ବର୍ଗ । ଜଗନ୍ନାଥ ଦର୍ଶନ ଦେଇଥିବାରୁ ନିଜକୁ ଭାଗ୍ୟବାନ ମନେକରିଛନ୍ତି । ଏହି ଭିନ୍ନଧରଣର ରୁଟି କୁ ଦେଖିବା ପାଇଁ ପୁଷ୍ପାଞ୍ଜଳିଙ୍କ ଘରେ ଭିଡ ଜମିଛି । କାଳିଆ ଠାକୁରଙ୍କ ଆର୍ବିଭାବ ହୋଇଛନ୍ତି ବୋଲି ସେହି ବିଶ୍ୱାସରେ ଲୋକମାନେ ନିଜ ଭକ୍ତିଭାବରେ ପୁଷ୍ପାଞ୍ଜଳିଙ୍କ ଘରେ ଦେଖିବାକୁ ଭିଡ ଲଗାଇଛନ୍ତି ଏବଂ ଏହା ଏକ ଅଲୌକିକ ଘଟଣା ବୋଲି ସାହିପଡିଶା କହିଛନ୍ତି ।
[ad_2]




