ଦେଶ

ନିଜ ଘରୁ ସୁନା ଗହଣା ଚୋରି କଲେ ମହିଳା – Ibnodisha

[ad_1]

ନୂଆଦିଲ୍ଲୀ : ଦୀଲ୍ଲୀର ଉତ୍ତମନଗରର ସେବକ ପାର୍କ ଅଞ୍ଚଳରେ ଜାନୁଆରୀ ୩୦ ତାରିଖ ଦିନ ଏକ ଘରେ ଜଣେ ମହିଳା ବୁର୍ଖା ପିନ୍ଧି ଘରେ ପ୍ରବେଶ କରିଥିଲେ । ଏହାପରେ ସୁନା ,ରୂପା ଏବଂ ନଗଦ କିଛି ଟଙ୍କା ଚୋରି କରିଥିଲେ । ଏହାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସିସି ଟିଭି ଫୁଟେଜ୍ ଏବଂ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଲୁଟ କରିଥିବା ମହିଳାଙ୍କୁ ଗିରଫ କରିଥିଲା । ଆଶ୍ଚର୍ଯ୍ୟ କଥାକି ଗିରଫ ହୋଇଥିବା ମହିଳା ଜଣ ସେହି ପରିବାର ସଦସ୍ୟ । ପୋଲିସର ସୂଚନା ଅନୁଯାୟୀ ଇର୍ଷା ଏବଂ ଲୋଭର ବଶବର୍ତ୍ତୀ ହୋଇ ଏହି ଚୋରି କରିଛନ୍ତି ସେହି ପରିବାରର ଝିଅ । ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ ତାଙ୍କ ମାଆ ସାନ ଭଉଣୀକୁ ବେଶି ଭଲପାଆନ୍ତି। ତେଣୁ ତାଙ୍କ ବାହାଘରକୁ ଭଣ୍ଡୁର କରିବା ପାଇଁ ସେ ଅଳଙ୍କାର ଚୋରି କରିଥିଲେ। ଏଥିସହ ତାଙ୍କ ଉପରେ ଥିବା କରଜକୁ ଶୁଝିବା ପାଇଁ ସେ ଏଭଳି ଯୋଜନା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button