ଦେଶ

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ପୁଣେର ଜଣେ ୨୨ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା। ଟଙ୍କା ପାଇଁ ଅପହରଣ କରି ହତ୍ୟା କରାଯାଇଥିବା ପୁଲିସର ସୂଚନା। ଏହି ମାମଲାରେ ପୁଲିସ ସମ୍ପୃକ୍ତ ଛାତ୍ରୀଙ୍କ ଜଣେ ସାଙ୍ଗଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଛାତ୍ରୀ ଜଣକ ପୁଣେର ୱାଗୋଲି ଅଞ୍ଚଳର ଏକ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ। ମାର୍ଚ୍ଚ ୨୯ରେ ସେ ତାଙ୍କର ଜଣେ ପୁରୁଷ ବନ୍ଧୁ ଏବଂ ଅନ୍ୟ ଦୁଇଜଣଙ୍କୁ ଭେଟିଥିଲେ।

ଏହାପରେ ସେମାନେ ତାଙ୍କୁ ହଷ୍ଟେଲରେ ଛାଡି ଦେଇଥିଲେ। କିନ୍ତୁ ପର ଦିନ ମାର୍ଚ୍ଚ ୩୦ରେ ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା। ଝିଅ ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅପହରଣ ଏବଂ ହତ୍ୟାର ପର୍ଦ୍ଦାଫାସ କରିଛି ପୁଲିସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button