ଦେଶ

ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟ ଗଲା ଇଣ୍ଡିଆନ୍‌ ୟୁନିଅନ ମୁସଲିମ୍‌ ଲିଗ୍ – Ibnodisha

[ad_1]

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ସୁପ୍ରିମକୋର୍ଟରେ ଏହି ଆଇନ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିଲାଗି ନିଷେଧାଦେଶ ଦାବି କରି ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ପକ୍ଷରୁ ଏହି ଆବେଦନ କରାଯାଇଛି। ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ର ନିୟମାବଳୀକୁ କାର୍ଯ୍ୟକାରୀ କରିବାକୁ ବାରଣ କରାଯାଇଛି। ଆବେଦନରେ କୁହାଯାଇଛି ଯେ ନାଗରିକତ୍ୱ ଅଧିନିୟମ ଅନୁଯାୟୀ କେବଳ କେତେକ ଧର୍ମର ଲୋକଙ୍କୁ ନାଗରିକତ୍ୱ ଦିଆଯିବ, ଯାହା ସମ୍ବିଧାନ ବିରୁଦ୍ଧ ଅଟେ। କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ଏହାକୁ କଂଗ୍ରେସ ଓ ଡିଏମକେ ଭଳି ଅନେକ ବିରୋଧୀ ଦଳ ମଧ୍ୟ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଏହା କରାଯାଇଛି ବୋଲି କହିଛି କଂଗ୍ରେସ।ସିଏଏ ବିଜ୍ଞପ୍ତି ପାଇଁ ୯ ଥର ସମୟ ନେବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରୁଛନ୍ତି। କିନ୍ତୁ ସିଏଏ କ୍ଷେତ୍ରରେ ୯ ଥର ସମୟ ନେବା ତାଙ୍କର ମିଛକୁ ପଦାରେ ପକାଇଛି ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button