ଦେଶ
ଜାମ୍ମୁ-କାଶ୍ମୀରରେ ଲାଗି ରହିଛି ତୁଷାରପାତ – Ibnodisha

[ad_1]
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଜାମ୍ମୁ-କାଶ୍ମୀରର ଅଧିକାଂଶ ଅଂଚଳ ବରଫରେ ଆଚ୍ଛାଦିତ ହୋଇ ରହିଛି । ଗମନାଗମନ ସହିତ ଅନ୍ୟାନ୍ୟ ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହେଉଛି । ତୁଷାରପାତ ସହିତ ଝଡ ବର୍ଷା ଲୋକଙ୍କ ସାଧାରଣ ଜୀବନ ବଞ୍ଚିବା କଷ୍ଟକର କରିଦେଉଛି । ଜାମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ତୁଷାରପାତ ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ମଧ୍ୟ ବନ୍ଦ କରାଯାଇଛି । ଜାମ୍ମୁ-କାଶ୍ମୀରରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତୁଷାରପାତ ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ମିଳିଛି ।
[ad_2]