ଅପରାଧ

ନଫେ ସିଂହ ରାଠୀ ହତ୍ୟା ମାମଲାରେ ୨ ଗିରଫ – Ibnodisha

[ad_1]

ଦିଲ୍ଲୀ : ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ନଫେ ସିଂହ ରାଠୀ ହତ୍ୟା ମାମଲାରେ ଦୁଇଜଣ ଅଭଯୁକ୍ତଙ୍କୁ ଗିରଫ। ଗୁଳି କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗୋଆରୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ହେଉଛନ୍ତି ସୌରଭ ଏବଂ ଆଶିଷ।ହରିଆଣା ଏବଂ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମର ମିଳିତ ଅପରେସନରେ ଏମାନଙ୍କୁ ଗିରଫ କରାଯାଇଛି। ଉଭୟ ସୁଟର କୁଖ୍ୟାତ ଅପରାଧୀ କପିଲ ସାଙ୍ଗୱାନ ଗ୍ୟାଙ୍ଗ ସହ ଜଡିତ ଥିବା ଜାଣିବାକୁ ପାଇଛି ପୁଲିସ। ଫେବ୍ରୁଆରୀ ୨୫ରେ ରାଠୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସେ ଏକ ଏସୟୁଭି ଯୋଗେ ଯିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ମାଡ଼ କରିଥିଲେ ଦୁର୍ବୃତ୍ତ। ବାହାଦୁରଗଡ ନିକଟରେ ଘଟିଥିଲା ଏହି ଗୁଳି ମାଡ଼। ଏଥିରେ ୬୬ ବର୍ଷୀୟ ରାଠୀଙ୍କ ସମେତ ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏଥିସହ ଅନେକ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ।ପୁଲିସ ମାମଲା ଉପରେ ତିକ୍ଷ୍ଣ ନଜର ରଖିଥିଲା। ଗୁଳିକାଣ୍ଡରେ ବିଦେଶୀ ଲିଙ୍କ୍ ଥିବା ସନ୍ଦେହ କରୁଥିଲା ପୁଲିସ। ଶେଷରେ ଆଜି ୨ ଜଣଙ୍କୁ ଗିରଫ କରିଛି। ଝାଜର ପୁଲିସ ଅଧୀକ୍ଷକ ଅର୍ପିତ ଜୈନ କହିଛନ୍ତି, ଅନ୍ୟ ସୁଟରଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। ଏହି ଘଟଣାରେ ଆକ୍ରମଣକାରୀ ବ୍ୟବହାର କରିଥିବା କାର୍ ମଧ୍ୟ ଜବତ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button