ଅପରାଧ

୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୩ ଗିରଫ – Ibnodisha

[ad_1]

ଜୟପୁର: ସଦର ପୁଲିସ ଥାନା ଏକ ବଡ଼ଧରଣର ଠକେଇ ମାମଲାର ପର୍ଦ୍ଦାଫାସ କରିଛି। ପୁଲିସ ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଥାନା ଅଧିନ ସ୍ବର୍ଗତ ହରି ଦାସଙ୍କ ପୁଅ ବଳରାମ ଦାସ (୪୨), ଭୁବନେଶବର ନୟାପଲ୍ଲୀ ଥାନା ଅଧିନ ଭୋଇସାହିରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧିନ ବେଲପାଡ଼ ଗାଁର ଧରଣୀଧର ସାହୁଙ୍କ ପୁଅ ସତ୍ୟରଂଜନ ସାହୁ (୩୩) ଓ ଭୁବନେଶ୍ବର ଭରତପୁର ଥାନା ଅଧିନ ଖଣ୍ଡଗିରି କୋଳଥିଆରେ ରହୁଥିବା ଗୋପାଳଗଂଜ ଜିଲ୍ଲା କୁଚେଲକୋଟ ଥାନା ଅଧିନ ବଲୱାନ ଗାଁର ନଗେନ୍ଦ୍ର ପ୍ରସାଦଙ୍କ ପୁଅ ରାଜୀବ କୁମାର ପ୍ରସାଦ (୪୨)।

ପୁଲିସ କହିଛି ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରି ଋଣ କରାଇ ଦେବା ନାମରେ ବିଭିନ୍ନ ବ୍ୟାଙ୍କରେ ଲୋକଙ୍କର ଆକାଉଣ୍ଟ ଖୋଲୁଥିଲେ। ବ୍ୟାଙ୍କ ଖାତା ଖୋଲିଯିବା ପରେ ସେମାନଙ୍କର ଠାରୁ କୌଶଳକ୍ରମେ ବ୍ୟାଙ୍କ ଏଟିଏମ୍‌ ଓ ଏହାର ପାସ୍‌ୱାର୍ଡ କୌଶଳକ୍ରମେ ନେଇଯାଉଥିଲେ। ନିକଟରେ ଜଣେ ଅଭିଯୋଗକାରୀ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା। ଅଭିଯୁକ୍ତମାନଙ୍କର ଷଡ଼ଯନ୍ତ୍ର ଜାଣିପାରିଥିଲା।

ପୁଲିସ ଆହୁରି ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ୨୦୨୩ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ବେଆଇନ ଭାବେ ୨ କୋଟିରୁ ଅଧିକ ଟଙ୍କା ନେଣଦେଣ କରିଛନ୍ତି। ପୁଲିସ କିଛି ବ୍ୟାଙ୍କ ଆକାଉଣ୍ଟ୍‌ସକୁ ଫ୍ରିଜ୍‌ କରିଛି। ଅଭିଯୁକ୍ତମାନଙ୍କ ଠାରୁ ତିନିଟି ଲ୍ୟାପ୍‌ଟପ୍‌, ‌‌ଗୋଟିଏ ଟ୍ୟାବ୍‌ଲେଟ୍‌, ୧୬ଜିବିର ଏକ ପ୍ୟାନ୍‌ଡ୍ରାଇଭ୍‌, ୩୬ଜିବି ମେମୋରି କାର୍ଡ, ଏକ ବାଇଓମେଟ୍ରିକ୍‌, ୧୦ଟି ରବର ଷ୍ଟାମ୍ପ, ଏକ ମିନିଏଟିଏମ୍‌ (ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କ), ୨୬ଟି ଏଟିଏମ୍‌ କାର୍ଡ ଓ ୬ଟି ମୋବାଇଲ ଫୋନ୍‌ ଜବତ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button