ଭୟଙ୍କର ଘଟଣା; ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା – Ibnodisha

[ad_1]
ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଅତ୍ୟନ୍ତ ଲଜ୍ଜା ଓ ଭୟଙ୍କର ଘଟଣା ଘଟିଛି । ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଦିଲ୍ଲୀର ବାୱାନା ଅଞ୍ଚଳରେ କିଛି ଦିନ ତଳେ ଘଟଣା ଘଟିଥିଲା । ନାବାଳିକାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ମୃତଦେହକୁ ବାୱାନାରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ଭିତରେ ଲୁଚାଇ ଦେଇଥିଲା । ପୁଲିସ କହିଛି ଯେ ଅଭିଯୁକ୍ତ ଜଣକ ଚକଲେଟ ଦେବା ନାଁରେ ନାବାଳିକାଙ୍କୁ ନିଜ ପାଖକୁ ଆଣିଥିଲା । ଏହାପରେ ତାଙ୍କୁ ଗୋଟିଏ ନିଛାଟିଆ ଅଞ୍ଚଳକୁ ନେଇ ଯାଇଥିଲା ।
ସେଠାରେ ସେ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ତାଙ୍କୁ ତଣ୍ଟି ଚିପି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟା ପରେ ସେ ମୃତଦେହକୁ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ଭିତରେ ଲୁଚାଇ ଦେଇ ଫେରାର ହୋଇ ଯାଇଥିଲା । କିନ୍ତୁ ଝିଅଟିର ପରିବାର ଲୋକ ଖୋଜା ଖୋଜି କରି ହତାଶ ହେବାରୁ ପୁଲିସକୁ ଖବର ଦେଇଥିଲେ । ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବାରୁ ନାବାଳିକାଙ୍କୁ ଅଭିଯୁକ୍ତ ଜଣକ ନିଜ ସହ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ପୁଲିସ ଏହାକୁ ଆଧାର କରି ପ୍ରଥମେ ଅଭିଯୁକ୍ତ ବ୍ୟକ୍ତି ପାଖରେ ପହଞ୍ଚିଥିଲା । ତାକୁ ଗିରଫ କରିବା ପରେ ଫ୍ୟାକ୍ଟ୍ରୀ ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି । ପୁଲିସ ଏବେ ଘଟଣାର ଅଧିକ ତଦନ୍ତ କରୁଥିବା ବିସ୍ତୃତ ସୂଚନା ମିଳି ପାରି ନାହିଁ ।
[ad_2]