ଦେଶ

ନୃଶଂସ ବାପା ! ଝିଅର ତଣ୍ଟିଚିପି ନଦୀକୁ ଫିଙ୍ଗିଦେଲା – Ibnodisha

[ad_1]

ବାମ୍ରୋଲି : ବୟସ ୧୫ । ୯ମ ଶ୍ରେଣୀରେ ପାଠ ପଢ଼ୁଥିଲା ନାବାଳିକା ଝିଅ । ଝିଅକୁ ବାହାକରିବାକୁ ଚେଷ୍ଟା କରୁଥିଲେ ବାପା । ହେଲେ ବିବାହ ପ୍ରସ୍ତାବରେ ରାଜି ନହେବାରୁ ରାଗିଯାଇ ନଦୀକୁ ଫିଙ୍ଗିଦେଲେ । ଏପରି ଏକ ଅଭିଯୋଗ ଆସିଛି ଆଗ୍ରାର ବାମ୍ରୋଲି କାଟାରା ପୋଲିସ ଷ୍ଟେସନ ଅଞ୍ଚଳରୁ । ବାହାଘର ପାଇଁ ୯ମ ଶ୍ରେଣୀର ୧୫ ବର୍ଷୀୟ ଝିଅ ରାଜି ନହେବାରୁ ଜଣେ ବନ୍ଧୁଙ୍କ ସହ ମିଶି ଯମୁନା ନଦୀକୁ ବାପା ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଝିଅଟି ନଦୀରେ ପଡ଼ି ଚିତ୍କାର କରୁଥିଲା । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଘଟଣାସ୍ଥଳରେ ତିନିଜଣ ବ୍ୟକ୍ତି ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା । ନାବାଳିକାର ଚିକିତ୍ସା କରାଇବା ପରେ ଗୁରୁବାର ଦିନ ନାବାଳିକାକୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁଡିସି)କୁ ନିଆଯାଇଥିଲା । ସେଠାରେ ନାବଳିକା ଜଣକ ତାଙ୍କ ସହ ଘଟିଥିବା ଘଟଣାକୁ କହିଥିଲେ । ପୋଲିସ ଏନେଇ ପ୍ରତିକ୍ରିୟା ରଖିଛି ।

ପୋଲିସ କହିଛି ଯେ, ପଣ୍ଟୁନ୍ ବ୍ରିଜ ନିକଟରୁ ନାବାଳିକାକୁ ଉଦ୍ଧାର କରାଯାଇଛି । ତାଙ୍କ ପିତା ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ବିବାହ କରିବାକୁ ଚେଷ୍ଟା କରୁଥିଲେ । ହେଲେ ନାବାଳିକା ରାଜି ହୋଇନଥିଲେ । ଏହି ଘଟଣାରେ ନାବାଳିକାର ବାପାଙ୍କ ସହ ଆନ୍ୟ ଜଣଙ୍କୁ ପୋଲିସ ଖୋଜୁଛି । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିବା ପୋଲିସ କହିଛି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମାଲା ରୁଜୁ କରାଯାଇଛି । ନାବାଳିକାଙ୍କୁ ଗୁରୁଗ୍ରାମକୁ ନେଇ ସେଠାରେ ଏକ ଘରୋଇ ଫାର୍ମରେ କାମ କରାଉଥିଲେ । ହେଲେ ଝିଅଟିର ବିବାହ କରିବାକୁ ପରେ ଚେଷ୍ଟା କରାଯାଇଥିଲା । ଝିଅ ରାଜି ନହେବାରୁ ତାର ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ ଦୁଇ ଅଭିଯୁକ୍ତ । ହେଲେ ସେଠାରେ ନାବାଳିକା ବଡ଼ ପାଟିରେ ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କୁ ନଦୀକୁ ଫିଙ୍ଗିଦେଇଥିବା ପୋଲିସ କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button