ଟେଲିଗ୍ରାମରେ ପ୍ରେମ ନିବେଦନ କରି ୫୦ ଯୁବକଙ୍କୁ ଫସାଇଲେ, ଲୁଟିନେଲେ ୩୫ ଲକ୍ଷ – Ibnodisha

[ad_1]
ବ୍ୟୁରୋ : ନିଜ ମାୟା ଜାଲରେ ଫସାଇ ଯୁବକଙ୍କୁ ବାୟା କରୁଥିଲେ ୪ ଯୁବତୀ। ନିଜ ତରଫରୁ ସେମାନଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ଆମନ୍ତ୍ରଣ କରୁଥିଲେ। ଯୁବତୀଙ୍କ ହନିଟ୍ରାପ୍ରେ ପଡ଼ି ପାଗଳ ହୋଇ ଯାଇଥିବା ଯୁବକ ନିଜେ ନିଜେ ଯୁବତୀଙ୍କ ଜାଲରେ ପଡ଼ୁଥିବା ବେଳେ ଏହାର ଅଶ୍ଳୀଳ ଭିଡିଓ କରିଦେଉଥିଲେ ଯୁବତୀ। ତା’ ପରେ ତାହାକୁ ଭାଇରାଲ କରି ଦେବାର ଧମକ ନେଇ ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା। ଏପରି ଏକ ସେକ୍ସ ରାକେଟର ୪ ଯୁବତୀଙ୍କ ପର୍ଦ୍ଦାଫାସ ହୋଇଥିବା ବେଳେ ସେମାନେ ହନିଟ୍ରାପ୍ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଫସାଇ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଜଣାଯାଇଛି।ଆଇଟି ସହର ବେଙ୍ଗାଲୁରୁରେ ଲମ୍ବିଛି ଏପରି ଏକ ସେକ୍ସ ରାକେଟ। ପୁଲିସ୍ ଏହି ରାକେଟରେ ସମ୍ପୃକ୍ତ ୩ ଯୁବତୀଙ୍କୁ ଗିରଫ କରିଥିବା ବେଳ ଏହାର ମୁଖ୍ୟ ରାଣୀ ମହୁମାଛି କିନ୍ତୁ ଫେରାର ହୋଇଯାଇଛନ୍ତି।ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ନେହା ନିଜ ୩ ବାନ୍ଧବୀଙ୍କ ସହ ଯୁବକଙ୍କୁ ପ୍ରଥମେ ହନିଟ୍ରାପରେ ଫସାଇବାକୁ ଚେଷ୍ଟା କରିଥାନ୍ତି। ଏଥିନିମନ୍ତେ ସେମାନେ ପ୍ରଥମେ ଟେଲିଗ୍ରାମରେ ମେସେଜ ପଠାଇଥାନ୍ତି। ଅପର ପାର୍ଶ୍ୱରୁ ଯୁବକଜଣକ ଉତ୍ତର ଦେଲେ ସେମାନେ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥାନ୍ତି। ଏହାପରେ ଶାରୀରିକ ସମ୍ପର୍କ ରଖିବାକୁ ନିଜ ଘରକୁ ଡାକିଥାନ୍ତି।
[ad_2]