ଦେଶ

ଚନ୍ଦ୍ରଯାନ-୩: ସଫଳତା ପାଇଁ ଯଜ୍ଞ ଓ ନମାଜ ପାଠ – Ibnodisha

[ad_1]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଇତିମଧ୍ୟରେ ଦେଶରେ ବିଭିନ୍ନ ଅଂଶରେ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି। କିଛି ସ୍ଥାନରେ ଲୋକେ ଯଜ୍ଞ କରିଛନ୍ତି ଏବଂ କିଛି ସ୍ଥାନରେ ନମାଜ ପାଠ ହୋଇଛି। ଶିବସେନା (ୟୁବିଟି) ନେତା ଆନନ୍ଦ ଦୁବେ ଆଜି ମୁମ୍ବାଇର ଚନ୍ଦ୍ରମୌଲେଶ୍ବର ଶିବ ମନ୍ଦିରରେ ଏକ ଯଜ୍ଞ କରିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମୁସଲିମମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ କାମନା କରି ନମାଜ ପାଠ କରିଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ଏବଂ ବାରଣାସୀରେ ମଧ୍ୟ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଯଜ୍ଞ କରିଛନ୍ତି ଏବଂ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button