ଦେଶ

୧୯୫ ଜଣଙ୍କ ତାଲିକା ଘୋଷଣା କଲା ବିଜେପି; ବାରାଣସୀରୁ ଲଢ଼ିବେ ମୋଦି – Ibnodisha

[ad_1]

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏହି ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ତା’ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ । ସେ ପୁଣି ବାରଣାସୀରୁ ନିର୍ବାଚନ ଲଢ଼ିବା । ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ, ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ଓ ରାଜନାଥ ସିଂହ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ । ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରୁ ୧୧ ଜଣ , ଗୁଜରାଟ ଏବଂ ରାଜସ୍ଥାନରୁ ୧୫ ଜଣ, ପଶ୍ଚିମବଙ୍ଗରୁ ୨୦, ମଧ୍ୟପ୍ରଦେଶରୁ ୨୪, କେରଳରୁ ୧୨, ଆସାମରୁ ୧୧,ତେଲେଙ୍ଗାରୁ ୯, ଦିଲ୍ଲୀରୁ ୫ ଜଣ, ଉତ୍ତରାଖଣ୍ଡରୁ ୩, ଜମ୍ମୁ-କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରୁ ଦୁଇଜଣ ଲେଖାଏ, ଗୋଆ-ତ୍ରିପୁରା, ଆଣ୍ଡାମାନ-ନିକୋବର ଏବଂ ଡାମନ-ଡିଉରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

କିଏ କେଉଁ ଆସନରୁ ଲଢ଼ିବେ?
ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦି, ଗୁଜରାଟରୁ ଅମିତ ଶାହା, ମଥୁରାରୁ ହେମାଳିନୀ, ଅଲୱାରରୁ ଭୂପେନ୍ଦ୍ର ଯାଦବ, ଆମେଠିରୁ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ରାଜନାଥ ସିଂ, ନୋଏଡାରୁ ମହେଶ ଶର୍ମା, ଆଗ୍ରାରୁ ଏସ୍‌ପି ବାଗେଲ, ମୁଜାଫରନଗରରୁ ସଞ୍ଜୀବ ବଳିୟାନ, ଚାନ୍ଦିନୀ ଛକରୁ ପ୍ରବୀଣ ଖଣ୍ଡେଲୱାଲ, ଦକ୍ଷିଣ ଦିଲ୍ଲୀରୁ ରାମବୀର ବିଧୁରୀ, ପଶ୍ଚିମ ଦିଲ୍ଲୀର ପ୍ରଭେଶ ବର୍ମା, ଉତ୍ତର ପଶ୍ଚିମ ଦିଲ୍ଲୀର ଦୁଶ୍ୟନ୍ତ ଗୌତମ ଏବଂ ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କ ନାମ ଘୋଷଣା କରାଯାଇଛି ।

ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ସେହିପରି ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ସ୍ମୃତି ଇରାନୀ ଆମେଥିରୁ ପ୍ରାର୍ଥୀ ହେବେ । କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଦିଲ୍ଲୀ ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ନୂଆଦିଲ୍ଲୀରୁ ବାଂଶୁରୀ ସ୍ୱରାଜ, ପୋରବନ୍ଦରରୁ ମନସୁଖ ମାଣ୍ଡଭୀୟ, ଉଦ୍ଦମପୁରରୁ ଜିତେନ୍ଦ୍ର ସିଂହ, ଜମ୍ମୁରୁ ଯୁଗଳ କିଶୋର ଶର୍ମା, ଖୁଣ୍ଟିରୁ ଅର୍ଜୁନ ମୁଣ୍ଡା, ତିରୁବନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଦିଶାରୁ ଶିବରାଜ ସିଂହ ଚୌହ୍ୱାନ, ବିକାନିରରୁ ଅର୍ଜୁନରାମ ମେଘୱାଲ, ଅଲୱାରରୁ ଭୂପେନ୍ଦ୍ର ଯାଦବ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ, ସିକନ୍ଦରାବାଦରୁ ଜି. କୀଷନ ରେଡ୍ଡୀ, ତ୍ରିପୁରା ପଶ୍ଚିମରୁ ବିପ୍ଳବ ଦେବ, ମଥୁରାରୁ ହେମା ମାଳିନୀ, ଖେରିରୁ ଅଜୟ ମିଶ୍ରା ଟେନି, ଫତେପୁରରୁ ସାଧ୍ୱୀ ନିରଞ୍ଜନା ଜ୍ୟୋତି, ଦୁମୁରିଆଗଞ୍ଜରୁ ଜଗଦମ୍ବିକା ପାଲ୍‌?, ଗୋରଖପୁରରୁ ରବି କିଷନ, କୁଚ୍‌ବେହାରରୁ ନୀଶିଥ ପ୍ରମାଣିକ, ବେଲୁରଘାଟରୁ ସୁକାନ୍ତ ମଜୁମଦାର ଓ ହୁଗ୍‌ଲିରୁ ଲକେଟ ଚାଟାର୍ଜୀଙ୍କ ନାଁ ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛି ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button