ରାଜ୍ୟ

ଓଡିଶାରେ ଅତ୍ୟନ୍ତ ଦୃଢ ସ୍ଥିତିରେ ଅଛି ବିଜୁ ଜନତା ଦଳ: ବିଜେଡି – Ibnodisha

[ad_1]

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜୁ ଜନତାଦଳ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ ସ୍ଥାନରେ ରହିଛି । ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ୧୨୦ରୁ ଅଧିକ ବିଧାନସଭା ଏବଂ ୧୭ରୁ ଅଧିକ ଲୋକସଭା ଆସନରେ ଜିତିବାକୁ ଯାଉଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବିପୁଳ ଆର୍ଶୀବାଦ କରିବା ସହ ରେକର୍ଡ ସଂଖ୍ୟକ ଆସନ ଜିତାଇବାକୁ ସାଢେ ୪କୋଟି ଓଡିଶାବାସୀ ମନ ସ୍ଥିର କରିସାରିଲେଣି । ଯେଉଁମାନେ ଜନ ବିରୋଧି କାର୍ଯ୍ୟକରି ବିଜେଡିରୁ ବିଦା ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ଯେଉଁମାନଙ୍କର ଟିକେଟ୍‍ ପାଇବାର ସମ୍ଭାବନା ନାହିଁ କିମ୍ବା ଯେଉଁମାନଙ୍କର ଭବିଷ୍ୟତ ବିଜେଡିରେ ନାହିଁ, ସେମାନଙ୍କୁ ବିଜେପି ଓଡିଶା ଶାଖା ପାଛୋଟି ନେଉଛି । କାରଣ ଓଡିଶା ବିଜେପି ପାଖରେ ୧୪୭ ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ନାହାନ୍ତି । ବିଜୁ ଜନତା ଦଳ ସବୁବେଳେ ଜନତାଙ୍କ ପାଇଁ କାର୍ଯ୍ୟ କରିଛି, ଜନତାଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button