ମୋଦୀଙ୍କ ସୁରକ୍ଷାରେ ତ୍ରୁଟି, କାର ନିକଟକୁ ଯିବାବେଳେ ଧରାପଡ଼ିଲା ଯୁବକ – Ibnodisha
[ad_1]
ବାରାଣାସୀ : ବାରାଣସୀରେ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବଳୟକୁ ଭେଦକରି ଜଣେ ଯୁବକ ତାଙ୍କ କାର ନିକଟକୁ ଯିବାକୁ ଉଦ୍ୟମ କରିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି । ତାକୁ ଏସିପିଜି ପକ୍ଷରୁ ପଚରାଉଚୁରା କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ମୋଦୀ ରୁଦ୍ରାକ୍ଷ କନଭେନସନ୍ ସେଣ୍ଟରରୁ ବବତପୁର ବିମାନବନ୍ଦରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଯୁବକଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ଉପରକୁ ଡେଇଁ ପଡିବାକୁ ଉଦ୍ୟମ କରୁଥିବାବେଳେ ଧରାପଡ଼ିଥିଲା । ଯୁବକ ଜଣକ ସେନାରେ ଚାକିରି ଦାବି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ଏବଂ ସେ ଜଣେ ବିଜେପି କର୍ମୀ ବୋଲି କୁହାଯାଉଛି। ଏହି ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିଠାରୁ ୧୦ ଫୁଟ ଦୂରରେ ଥିଲା । ଏବେ ଏହି ଯୁବକଙ୍କୁ ଏସପିଜି ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ଉତ୍ତରପ୍ରଦେଶରେ ୧୬ଟି ଅଟଳ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଥିଲେ, ଯେତେବେଳେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଏ, ଏତେ ବଡ଼ ଷ୍ଟାଡିୟମ ନିର୍ମାଣ କରାଯାଏ, ତାହା କେବଳ କ୍ରୀଡ଼ା ଉପରେ ନୁହେଁ ବରଂ ସ୍ଥାନୀୟ ଅର୍ଥନୀତି ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ଆଜି ସମସ୍ତେ ଜାଣନ୍ତି ଯେ ‘ଯିଏ ଖେଳିବ, ସେ ଆଗକୁ ବଢିବ’।
[ad_2]